Categories: ଖେଳ

୧୪୦ କିଲୋ ଓଜନର ଖେଳାଳି ପଡିଆରେ କଲେ କମାଲ୍‌

ଜାମାଇକା,୧୩।୯: କାରାବିଆନ୍‌ ପ୍ରିମିୟର୍‌ ଲିଗ୍‌ରେ କମାଲ୍‌ କରିଛନ୍ତି ୧୪୦ କିଲୋ ଓଜନର ଖେଳାଳି। ଲିଗ୍‌ର ଏକ ମ୍ୟାଚ୍‌ରେ ଜାମାଇକା ତଲାଓ୍ବାହସ ଏବଂ ସେଣ୍ଟ୍‌ ଲୁସିଆ ଜୁକ୍ସ ମଧ୍ୟରେ ଖେଳାଯାଇଥିଲା। ଏହି ମ୍ୟାଚ୍‌ର ସବୁଠୁ ବଡ ଆକର୍ଷଣ ଥିଲେ ୧୪୦ କିଲୋ ଓଜନର ଖେଳାଳି ରହକିମ କର୍ନଓ୍ବାଲ। ସେଣ୍ଟ୍‌ ଲୁସିଆ ଜୁକ୍ସ ପକ୍ଷରୁ ଖେଳୁଥିବା କର୍ଣ୍ଣଓ୍ବାଲ୍‌ ବିସ୍ଫୋରକ ଇନିଂଶ ଖେଳିଥିଲେ। ମାତ୍ର ୧୯ଟି ବଲ୍‌ରୁ ସେ ଅର୍ଦ୍ଧଶତକ ହାସଲ କରିଥିଲେ। ସେ ମ୍ୟାଚରେ ୩୦ଟି ବଲ୍‌ରୁ ୪ଟି ଚୌକା ଏବଂ ୮ଟି ଛକା ସହ ୭୫ରନ୍‌ କରିଥିଲେ। ସୂଚନାଯୋଗ୍ୟ, ରହକିମ କର୍ନଓ୍ବାଲ ବାମହାତୀ ଅଫ ବ୍ରେକ ବୋଲର୍‌ ହୋଇଥିବାବେଳେ ଉପଯୋଗୀ ବ୍ୟାଟ୍ସମ୍ୟାନ ମଧ୍ୟ। ୨୬ବର୍ଷୀୟ ଏହି କ୍ରିକେଟରଙ୍କ ଓଜନ ୧୪୦ କିଲୋ ଆଉ ଉଚ୍ଚତା ୬ ଫୁଟ ୬ ଇଞ୍ଚ।

Share