୧୪୦ ଦିନ ପରେ ଭାରତ ପାଇଁ ଏୟାରସ୍ପେସ୍‌ ଖୋଲିଲା ପାକିସ୍ତାନ

ନୂଆଦିଲ୍ଲୀ/ଇସଲାମାବାଦ୍‌,୧୬।୭: ବାଲାକୋଟ୍‌ ଏୟାର ଷ୍ଟ୍ରାଇକ୍‌ ପରେ ପାକିସ୍ତାନ ଭାରତ ପାଇଁ ଏହାର ଏୟାରସ୍ପେସ୍‌କୁ ବନ୍ଦ ରଖିଥିଲା। ତେବେ ୧୪୦ ଦିନ ପରେ ମଙ୍ଗଳବାର ଏହାକୁ ଖୋଲିଦିଆଯାଇଛି। ଏଣିକି ସମସ୍ତ ଯାତ୍ରୀ ଏହାର ଲାଭ ପାଇପାରିବେ ବୋଲି ପାକିସ୍ତାନ ବେସାମରିକ ବିମାନ ଚଳାଚଳ ବିଭାଗ ପକ୍ଷରୁ କୁହାଯାଇଛି। ଏହାଦ୍ୱାରା ଏୟାର ଇଣ୍ଡିଆକୁ ଆଶ୍ୱସ୍ତି ମିଳିଛି। ପାକିସ୍ତାନ ଏୟାରସ୍ପେସ୍‌ ବନ୍ଦ କରିବାରୁ ଏୟାର ଇଣ୍ଡିଆର ବର୍ତ୍ତମାନ ସୁଦ୍ଧା ୪୯୧ କୋଟି ଟଙ୍କା କ୍ଷତି ହୋଇଥିବା କୁହାଯାଉଛି। ଦିଲ୍ଲୀରୁ ଆମେରିକା ଉଡ଼ାଣ କରୁଥିବା ଏୟାର ଇଣ୍ଡିଆ ବିମାନକୁ ଏହି ଅସୁବିଧା ଯୋଗୁ ଅଧିକ ୨-୩ ଘଣ୍ଟା ସମୟ ଲାଗୁଥିଲା। ସେହିପରି ୟୁରୋପକୁ ଯିବା ପାଇଁ ପାଖାପାଖି ୨ ଘଣ୍ଟା ସମୟ ଅଧିକ ଲାଗୁଥିଲା। ଏହାଦ୍ୱାରା ସମୟ ସହିତ ଆର୍ଥିକ କ୍ଷତି ମଧ୍ୟ ହେଉଥିଲା।

Share