ଛତ୍ରପୁର, ୫।୪(ଡି.ଏନ.ଏ. )- ବିଦେଶ ଓ ଅନ୍ୟ ରାଜ୍ୟରୁ ଗଞ୍ଜାମ ଜିଲକୁ ଆସିଥିବା ଲୋକଙ୍କୁ ହୋମ କ୍ୱାରାଣ୍ଟାଇନରେ ରଖାଯାଇଛି। ସେମାନଙ୍କ ମଧ୍ୟରୁ ୩୩୯ ବିଦେଶ ଫେରନ୍ତା ଓ ୧୦୭୮ ଜଣ ରାଜ୍ୟ ବାହାରୁ ଆସିଥିବା ବ୍ୟକ୍ତି ଏପରି ମୋଟ ୧,୪୧୭ ଜଣଙ୍କ ହୋମ କ୍ୱାରାଣ୍ଟାଇନ ଅବଧି ସରିଛି । ତେବେ ଅବଧି ସରିଲା ପରେ ବି ଅନ୍ୟମାନଙ୍କ ଭଳି ଘରେ ରହିବାକୁ ସେମାନଙ୍କୁ ପରାମର୍ଶ ଦିଆଯାଇଛି । ଗଞ୍ଜାମ ଜ଼ିଲ୍ଲାକୁ ମୋଟ ୭୩୦ ଜଣ ବିଦେଶ ରୁ ଫେରିଥିଲେ ।ସମସ୍ତେ ହୋମ କ୍ୱାରେଣ୍ଟାଇନ ରେ ରହିଥିଲେ। ବର୍ତମାନ ଆହୁରି ୩୯୧ ଜଣ ବିଦେଶ ଫେରନ୍ତା ହୋମ କ୍ୱାରେଣ୍ଟାଇନ ରେ ଅଛନ୍ତି । ସେହିପରି ୨୪,୮୫୧ ଜଣ ଅନ୍ୟ ରାଜ୍ୟରୁ ଜିଲ୍ଲାକୁ ଫେରି ହୋମ କ୍ୱାରେଣ୍ଟାଇନ ରେ ରହିଥିଲେ।ଏଵେ ଏମାନଙ୍କ ମଧ୍ୟରୁ ୨୩,୭୭୩ ଜଣ ହୋମ କ୍ୱାରେଣ୍ଟାଇନ ରେ ଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଏମାନଙ୍କ ଘର ବାହାରେ ସୂଚନା ଫଳକ ମଧ୍ଯ ଲାଗିଛି। ପ୍ରତିଦିନ ସେମାନଙ୍କ ଘରକୁ ଯାଇ ଅଙ୍ଗନବାଡି ଓ ସ୍ୱାସ୍ଥ୍ୟ କର୍ମୀ ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝୁଛନ୍ତି। ଏଥିସହ ପ୍ରତିଦିନ ଉକ୍ତ ରିପୋର୍ଟ କୁ ଜ଼ିଲ୍ଲାପାଳ ଙ୍କ ନିକଟକୁ ପଠାଯାଉଛି । ଅନ୍ୟପକ୍ଷରେ ୨୦୪ ଜଣ କରୋନା ସଂଦିଗ୍ଧ ଙ୍କ ପରୀକ୍ଷା କରାଯାଇଥିଲା। ତେବେ କାହା ପାଖରେ ପଜିଟିଭ ମିଳିନି।