Categories: ଜାତୀୟ

୧୪୪ ଧାରା ଉଲ୍ଲଂଘନ: ୫୫ ଶିଖ୍‌ ଶ୍ରଦ୍ଧାଳୁ ଗିରଫ

ଲକ୍ଷ୍ନୌ, ୩୦।୧୨: ଉତ୍ତରପ୍ରଦେଶରେ ୧୪୪ ଧାରା ଉଲ୍ଲଂଘନ କରିଥିବା ଅଭିଯୋଗରେ ୫୫ ଶିଖ୍‌ ଶ୍ରଦ୍ଧାଳୁଙ୍କୁ ଗିରଫ କରାଯାଇଛି। ସ୍ଥାନୀୟ ପିଲଭିତ୍‌ ଜିଲାର କିରତାରପୁର ଗୁରୁଦ୍ୱାରା ପକ୍ଷରୁ ଏକ ଧାର୍ମିକ ଶୋଭାଯାତ୍ରା କରାଯାଇଥିଲା। ତେବେ ଏଠାରେ ସିଏଏ ହିଂସା ଲାଗି ସୁରକ୍ଷା ଦୃଷ୍ଟିରୁ ୧୪୪ ଧାରା ଜାରି ହୋଇଥିଲା। ଗୁରୁଦ୍ୱାରା କମିଟି ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ ଅବମାନନା କରି ଗୁରୁ ଗୋବିନ୍ଦ ସିଂଙ୍କ ପୁତ୍ରଙ୍କ ସ୍ମୃତିରେ ଶହୀଦ୍‌ ଦିବସ ପାଳନ ଅବସରରେ ଏହି ଶୋଭାଯାତ୍ରା ବାହାର କରାଯାଇଥିଲା। ଏନେଇ କୌଣସି ଅନୁମତି ମଧ୍ୟ ନିଆଯାଇ ନ ଥିବା ପୋଲିସ ବିଭାଗ ପକ୍ଷରୁ କୁହାଯାଇଛି। ଗିରଫ ହୋଇଥିବା ଶ୍ରଦ୍ଧାଳୁଙ୍କ ମଧ୍ୟରେ ୫ ଜଣ ଅଭିଯୁକ୍ତ ଥିବାବେଳେ ୫୦ ଜଣଙ୍କୁ ଚିହ୍ନଟ କରାଯାଇ ନ ଥିବା କୁହାଯାଇଛି।

Share