୧୪୪ ଧାରା ଉଲ୍ଲଂଘନ: ୭ ଗିରଫ

ଖୋର୍ଦ୍ଧା ଅଫିସ,୨୪।୩: କରୋନା ପାଇଁ ଲାଗୁ ହୋଇଥିବା ୧୪୪ ଧାରା ଉଲ୍ଲଂଘନ ଅଭିଯୋଗରେ ଖୋର୍ଦ୍ଧା ସଦର ଥାନା ପୋଲିସ ସୋମବାର ୭ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ ବିକାଶ ସାହୁ, ରଶ୍ମିରଞ୍ଜନ ମଙ୍ଗରାଜ, ପ୍ରତାପ ଭୂଜବଲ, କାଳୁ ଜୟସିଂ, ପୂର୍ଣ୍ଣଚନ୍ଦ୍ର ବେହେରା, ବୈଦ୍ୟନାଥ ପ୍ରଧାନଓ ଯୁଧିଷ୍ଠିିର ମଙ୍ଗରାଜ। ସେମାନେ ବେଆଇନ ଭାବେ ମଦ ବିକ୍ରି କରୁଥିବା ବେଳେ ଉପଜିଲାପାଳ ଶାନ୍ତନୁ କୁମାର ମହାନ୍ତି ପହଞ୍ଚତ୍ ସେମାନଙ୍କୁ ଧରିଥିଲେ।