Categories: ଜାତୀୟ

୧୪୫ ଦେଶରେ କରୋନା ମହାମାରୀ: ମୃତ୍ୟୁ ସଂଖ୍ୟା ୫୪୩୬, ଲକ୍ଷେ ୪୫ ହଜାରରୁ ଅଧିକ ସଂକ୍ରମିତ

ଜେନେଭା,୧୪।୩: କରୋନା ମହାମାରୀ ପୃଥିବୀର ଗୋଟିଏ ପରେ ଗୋଟିଏ ଦେଶରେ ପହଞ୍ଚିବାରେ ଲାଗିଛି ଇତିମଧ୍ୟରେ ଏହା ୧୪୫ଟି ଦେଶରେ ପହଞ୍ଚିଛି। ଶନିବାର ସକାଳ ସୁଦ୍ଧା କରୋନା ସଂକ୍ରମଣଙ୍କ ମୃତ୍ୟୁ ସଂଖ୍ୟା ୫୪୩୬ ଛୁଇଁଛି। ସେହିପରି ଲକ୍ଷେ ୪୫ ହଜାର ୬୩୪ ଲୋକ ଏହା ଦ୍ୱାରା ସଂକ୍ରମିତ ହୋଇଛନ୍ତି। ଆମେରିକାରେ କରୋନା ମୃତ୍ୟୁ ସଂଖ୍ୟା ୫୦ରେ ପହଞ୍ଚିଥିବାବେଳେ ୨ ହଜାର ଲୋକ ଏଥିରେ ସଂକ୍ରମିତ ହୋଇଛନ୍ତି। ସୁରକ୍ଷା ଦୃଷ୍ଟିରୁ ଆମେରିକା ସମସ୍ତ ସମୁଦ୍ର ପଥକୁ ସିଲ୍‌ କରିଛି। ୩୦ ଦିନ ପର୍ଯ୍ୟନ୍ତ ବିଦେଶୀ ଜାହାଜର ଚଳାଚଳକୁ ଏହି ପଥ ଦେଇ ବନ୍ଦ କରାଯାଇଛି।

Share