୧୪୫ ଲିଟର ମଦ ଜବତ, ୫ କୋର୍ଟ ଚାଲାଣ

ଦାରିଙ୍ଗବାଡ଼ି,୨୮।୧୨(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ପୋଲିସ ପକ୍ଷରୁ ଅବକାରୀ ଚଢ଼ାଉ କରାଯାଇଛି। ୧୪୫ ଲିଟର ଦେଶୀ ଚୋରାମଦ ପୋଲିସ ଜବତ କରିବା ସହ ଶତାଧିକ ଲିଟର ମହୁଲ ପୋଚକୁ ନଷ୍ଟ କରିଛି। ସେହିପରି ମଦରନ୍ଧାରେ ବ୍ୟବହାର କରାଯାଉଥିବା ସାମଗ୍ରୀ ଜବତ କରାଯାଇଛି। ଏହି ଚୋରାମଦ କାରବାରରେ ଲିପ୍ତ ଥିବା ୫ଜଣଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ବ୍ୟକ୍ତିମାନେ ହେଲେ କୁମ୍ଭାରିଗାଁ ପଞ୍ଚାୟତ ତୁଡ଼ୁବିଜୁ ଗ୍ରାମର ନାୟକ ଦେଶମାଝି, ବିନୋଦ ମଲ୍ଲିକ, ଜୁଲିଆନ ମଲ୍ଲିକ, ଦିବାକର ଦେଶମାଝି, ଏବଂ ଝିଞ୍ଜିରିଗୁଡ଼ା ପଞ୍ଚାୟତ କିରାମାହା ଗ୍ରାମର ସେନସାତ ମଲ୍ଲିକ ବୋଲି ଥାନାଧିକାରୀ ରଞ୍ଜିତ୍‌ କୁମାର ମୁନି କହିଛନ୍ତି ା ସେମାନଙ୍କ ନାମରେ (୧୦୬ ୧୦୭,୧୦୮,୧୦୯,୧୧୦/୧୯)ରେ ମାମଲା ରୁଜୁ ହୋଇଛି ା

Share