Advertisement

୧୪୭ କେରଳ ଫେରନ୍ତାଙ୍କୁ ସ୍ବାଗତ କଲା ପ୍ରଶାସନ

ରାଜନଗର,୩ା୫(ଡି.ଏନ୍‌.ଏ.): କେରଳରେ ଫସିଥିବା ୧୪୭ ପ୍ରବାସୀ ଓଡ଼ିଆ ୪ଟି ବସ୍‌ରେ ଆସି ରବିବାର ଅପରାହ୍ନରେ ରାଜନଗରରେ ପହଞ୍ଚିଛନ୍ତି। ସେମାନେ ରାଜନଗର ବ୍ଲକ ମହିଷାସୁର ଯଜ୍ଞ ପଡ଼ିଆରେ ପହଞ୍ଚିବା ପରେ ପ୍ରଶାସନ ତାଙ୍କୁ ସ୍ବାଗତ କରିଥିଲା। ଏଥିସହ ସାମାଜିକ ଦୂରତ୍ୱ ଭିତରେ ରାଜ୍ୟ ସରକାରଙ୍କ କିଟ୍‌ସ ପ୍ରଦାନ କରାଯାଇ ସେମାନଙ୍କ ହାତରେ କୋଭିଡ୍‌-୧୯ ସିଲ୍‌ ଲଗାଯାଇଥିଲା। ଈଶ୍ୱରପୁର ପଞ୍ଚାୟତର ୪୪ ଜଣଙ୍କୁ ଈଶ୍ୱରପୁର ବୀଣାପାଣି ହାଇସ୍କୁଲ କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ରଖାଯାଇଛି। ସେହିପରି ଗୁପ୍ତି ପଞ୍ଚାୟତର ସାତଭାୟା ୫୫ ଜଣଙ୍କୁ ସାତଭାୟା ପଞ୍ଚୁବରାହୀ ସ୍କୁଲରେ ରଖାଯାଇଥିବା ବେଳେ ତାଳଚୁଆ ଅଞ୍ଚଳର ୩୩ ଜଣଙ୍କୁ ପଞ୍ଚାୟତ କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ରଖାଯାଇଛି। ଏତଦ୍‌ବ୍ୟତୀତ ଡାଙ୍ଗମାଳ ଏବଂ ଖମାରସାହି ପଞ୍ଚାୟତର ୧୫ ଜଣଙ୍କୁ ଖମାରସାହି କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ରଖାଯାଇଥିବା ବିଡିଓ ମନ୍ଦରଧର ମହାଳିକ ସୂଚନା ଦେଇଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel