Categories: ବାଣିଜ୍ୟ

୧୪୯୦ କୋଟି ଟଙ୍କା ରିଫଣ୍ଡ କରିବ ରେଲଓ୍ବେ

ନୂଆଦିଲ୍ଲୀ,୧୬ା୪: ଲକ୍‌ଡାଉନ ପାଇଁ ଏବେ ରେଳ ସେବା ବନ୍ଦ ରହିଛି। ଏହି ସମୟରେ ବାତିଲ ହୋଇଥିବା ପ୍ରାୟ ୯୪ ଲକ୍ଷ ଟିକେଟର ରିଫଣ୍ଡ ଲାଗି ରେଲଓ୍ବେ ବ୍ୟବସ୍ଥା କରିଛି। ରେଲଓ୍ବେ ପକ୍ଷରୁ ଏଥିଲାଗି ୧୪୯୦ କୋଟି ଟଙ୍କା ଦିଆଯିବ। ୨୨ ମାର୍ଚ୍ଚରୁ ଏପ୍ରିଲ ୧୪ ଯାଏ ବୁକିଂ ହୋଇଥିବା ୫୫ ଲକ୍ଷ ଟିକେଟ ବାବଦକୁ ୮୩୦ କୋଟି ଟଙ୍କା ଯାତ୍ରୀଙ୍କୁ ପ୍ରଦାନ କରାଯିବ। ସେହିଭଳି ଏପ୍ରିଲ ୧୫ରୁ ମେ ୩ ଭିତରେ ବାତିଲ ହୋଇଥିବା ୩୯ ଲକ୍ଷ ବୁକିଂ ଲାଗି ୬୬୦ ଟଙ୍କା ଯାତ୍ରୀ ଫେରିପାଇବେ ବୋଲି ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।

Share