Categories: ଖେଳ

୧୪ ଓଭରରେ ୧୨ରନ୍‌ କରିପାରିଲା ନାହିଁ ଏହି ଟିମ୍‌: ୧୬ଟି ବଲ୍‌ରେ ଅଲ୍‌ଆଉଟ୍‌

ସିଡନୀ,୨୪।୯:କ୍ରିକେଟ୍‌ ଏକ ଅନିଶ୍ଚିତତାର ଖେଳ ବୋଲି କୁହାଯାଏ। ଏହାର ଏକ ଉଦାହରଣ ଅଷ୍ଟ୍ରେଲିଆରେ ଚାଲିଥିବା ମାର୍ଶ କପ୍‌ରେ ଦେଖିବାକୁ ମିଳିଛି। ପର୍ଥରେ ଖେଳା ଯାଉଥିବା ମାର୍ଶ କପ୍‌ର ତୃତୀୟ ମ୍ୟାଚ୍‌ ଭିକ୍ଟୋରିଆ ଏବଂ ତାସ୍‌ମାନିଆ ମଧ୍ୟରେ ଖେଳାଯାଇଥିଲା। ଏହି ମ୍ୟାଚ୍‌ରେ ଭିକ୍ଟୋରିଆ ପ୍ରଥମ ବ୍ୟାଟିଂ କରି ୪୭.୫ ଓଭରରେ ୧୮୫ ରନ୍‌ରେ ଅଲଆଉଟ୍‌ ହୋଇଯାଇଥିଲା। ଏହାର ଜବାବରେ ତାସ୍‌ମାନିଆ ୪ ଉକେଟ୍‌ରେ ୧୭୨ ରନ୍‌ କରିଥିଲା। ଦଳକୁ ବିଜୟ ପାଇଁ ୧୪ ରନ୍‌ ଆବଶ୍ୟକ ଥିବାବେଳେ ୧୨ ଓଭର ବାକି ଥିଲା। ହାତରେ ୬ଟି ଉଇକେଟ୍‌ ମଧ୍ୟ ଥିଲା। ଏହି ସମୟରେ ତାସ୍‌ମାନିଆ ଦଳ ମାତ୍ର ୧୬ଟି ବଲ୍‌ରେ ୬ଟି ଉଇକେଟ୍‌ ହରାଇଥିଲା। ମାତ୍ର ୧ ରନ୍‌ରେ ଦଳକୁ ପରାସ୍ତ ହେବାକୁ ପଡିଥିଲା।

Share