୧୪ କେଜି ଗଞ୍ଜେଇ ଜବତ: ୩ ଗିରଫ

କୋଟଗଡ଼, ୬।୮(ଡି.ଏନ୍‌.ଏ.): କନ୍ଧମାଳ ଜିଲା ବାଲିଗୁଡା ଥାନା ବାରଖମା-ରେବିଙ୍ଗିଆ ରାସ୍ତା ଗ୍ୟାସ୍‌ ଡିପୋ ନିକଟରେ ବାଲିଗୁଡ଼ା ପୋଲିସ ମଙ୍ଗଳବାର ଚଢ଼ାଉକରି ୧୪ କେଜି ୮୦୦ ଗ୍ରାମ୍‌ ଗଞ୍ଜେଇ ସହ ଏକ ମୋଟରସାଇକେଲ ଜବତ କରିଛି। ଏହି କାରବାରରେ ସମ୍ପୃକ୍ତ ୩ ଜଣଙ୍କୁ ପୋଲିସ ଗିରଫ କରିଛି। ସେମାନେ ବାଲିଗୁଡା ଥାନା ରେବିଙ୍ଗିଆ ପଞ୍ଚାୟତ ଦୁଲିକିଆ ଅଞ୍ଚଳର ହୋଇଥିବା ପୋଲିସ ପକ୍ଷରୁ ଜଣାପଡ଼ିଛି।