୧୪ ଜିଲାରୁ ୧୭୩ କରୋନା ପଜିଟିଭ ଚିହ୍ନଟ: ଗଞ୍ଜାମରୁ ସର୍ବାଧିକ ୬୪ ଜଣ

ଭୁବନେଶ୍ୱର,୬।୬(ବ୍ୟୁରୋ): ରାଜ୍ୟରୁ ଶନିବାର ଚିହ୍ନଟ ୧୭୩ କରୋନା ଆକ୍ରାନ୍ତ ୧୪ଟି ଜିଲାର। ଏମାନଙ୍କ ମଧ୍ୟରୁ ସର୍ବଧିକ ଗଞ୍ଜାମ ଜିଲାରୁ ୬୪ ଜଣ ରହିଛନ୍ତି। ସେହିପରି ଯାଜପୁରରୁ ୧୯, କଟକ ଓ ମୟୂରଭଞ୍ଜରୁ ୧୩, ବଲାଙ୍ଗୀର, ବାଲେଶ୍ୱରରୁ ୧୧, ଗଜପତି ୧୦, ନୂଆପଡ଼ା ୮, ନୟାଗଡ଼ ୭, ଭଦ୍ରକ ୪, କଳାହାଣ୍ଡି ୨, ପୁରୀ ଓ ଝାରସୁଗୁଡ଼ାରୁ ଜଣେ ଲେଖାଏ ଆକ୍ରାନ୍ତଙ୍କ ଚିହ୍ନଟ ହୋଇଛନ୍ତି। ତେବେ ଏମାନଙ୍କ ମଧ୍ୟରୁ ୧୫୦ଜଣ କ୍ୱାରାଣ୍ଟାଇନ୍‌ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୨୩ଜଣ ଲୋକାଲ ବୋଲି ଜଣାପଡ଼ିଛି।
ସୂଚନାଯୋଗ୍ୟ, ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ ୨୭୮୧ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୧୧୬୭ ଜଣ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ସେହିପରି ୧୬୦୪ ଜଣ ସୁସ୍ଥ ହୋଇଥିବା ବେଳେ ୮ ଜଣଙ୍କ ମୃତ୍ୟୁ ଘଟିଛି।

Share