୧୪ ଦଫା ଦାବିରେ ନିମାପଡ଼ା-ଗୋପ ସୁରକ୍ଷା ମଞ୍ଚ ପକ୍ଷରୁ ବ୍ଲକ ସମ୍ମୁଖରେ ବିକ୍ଷୋଭ

ନିମାପଡ଼ା,୨୧।୮(ଡି.ଏନ୍‌.ଏ.): ନିମାପଡ଼ା-ଗୋପ ସୁରକ୍ଷା ମଞ୍ଚ ପକ୍ଷରୁ ୧୪ ଦଫା ଦାବି ନେଇ ବୁଧବାର ନିମାପଡ଼ା ବ୍ଲକ ଅଫିସ ସମ୍ମୁଖରେ ସୁରକ୍ଷା ମଞ୍ଚର ବହୁ କର୍ମକର୍ତ୍ତା ଓ ସଦସ୍ୟମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଏହି ଅବସରରେ ବିକ୍ଷୋଭକାରୀମାନେ ରାଜ୍ୟପାଳ, ପଞ୍ଚାୟତିରାଜ ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ନିମାପଡ଼ା ତହସିଲଦାର, ବିଡିଓଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ମଞ୍ଚର ଆବାହକ ପ୍ରତାପ ମଲ୍ଲିକ, ଶୁଭନିତ ବାରିକ, ପବିତ୍ର ପ୍ରଧାନ, ପ୍ରତାପ ପ୍ରଧାନ, ସଞ୍ଜୟ ବାରିକ, ପ୍ରକାଶ ଚନ୍ଦ୍ର ନାୟକ ପ୍ରମୁଖଙ୍କ ନେତୃତ୍ୱରେ ଏହି ଆନ୍ଦୋଳନ ଅନୁଷ୍ଠିତ ହୋଇଥିଲା। ତୁରନ୍ତ ଏହି ଦାବି ପୂରଣ ନ ହେଲେ ଆଗାମୀ ଦିନରେ ଏହି ଆନ୍ଦୋଳନ ତିବ୍ରତର ହେବ ବୋଲି ମଞ୍ଚର କର୍ମକର୍ତ୍ତାମାନେ କହିଛନ୍ତି।