୧୪ ଦିନରେ ଖଣିରେ ଅର୍ଥନୈତିକ ଅବରୋଧ: ସମର୍ଥ ଜଣାଇଲା ରାଜ୍ୟ ସିଭିଲ ସୋସାଇଟି ଫୋରମ

ସୁକିନ୍ଦା,୨|୮(ଡି.ଏନ୍‌.ଏ.)- ସୁକିନ୍ଦା କ୍ରୋମ ଭ୍ୟାଲିରେ ଲୋଡିଂ ନ ମିଳିବା ଓ ହାଇକୋର୍ଟଙ୍କ ଫାଷ୍ଟ କମ ଫାଷ୍ଟ ଲୋଡିଂ ନିୟମକୁ ନେଇ ଜୁଲାଇ ୧୯ରୁ କୁହିକା ସୁକିନ୍ଦା କ୍ରୋମାଇଟ ଖଣି ଟ୍ରକ୍‌ ମାଲିକ ସଂଘ ପରିବହନ ବନ୍ଦ ଆନ୍ଦୋଳନ ଜାରି ରଖିଛି । ଇତି ମଧ୍ୟରେ ୧୪ ଦିନ ବ୍ୟାପୀ ଆନ୍ଦୋଳନ ଜାରି ରହିଥିବାବେଳ ଗୁରୁବାର ଆନ୍ଦୋଳନକୁ ସମର୍ଥନ ଜଣାଇଛି ରାଜ୍ୟ ସିଭିଲ ସୋସାଇଟି ଫୋରମ । ହାଇକୋର୍ଟଙ୍କ ନିର୍ଦ୍ଦେଶ ଓ ଉପେକ୍ଷିତ ଟ୍ରକ୍‌ ମାଲିକଙ୍କ ଅଭିଯୋଗ ସତ୍ତ୍ୱେ ଫାଷ୍ଟ କମ୍‌ ଫାଷ୍ଟ ଲୋଡିଂ କାର୍ଯ୍ୟକାରୀ ନେଇ ବର୍ତ୍ତମାନ ପର୍ଯ୍ୟନ୍ତ ଜିଲା ପ୍ରଶାସନ କୌଣସି ପଦକ୍ଷେପ ନେଇ ନାହାନ୍ତି । ଏହାକୁ ନେଇ ସୂଚନା ଅଧିକାର ଅଭିଯାନର ରାଜ୍ୟ ଆବାହକ ତଥା ଜାତୀୟ ମାନବାଧିକାର କମିଶନର ଏନଜିଓ କୋର କମିଟି ସଦସ୍ୟ ପ୍ରଦୀପ ପ୍ରଧାନ, ସୂଚନ ଅଧିକାର ଅଭିଯାନର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଭକ୍ତି ରଞ୍ଜନ ପଳେଇ, କଟକ ଜିଲା ସଂଯୋଜକ ଜିତେନ୍ଦ୍ର ସହୁ, ତପନ ପାଢୀ, ପଣ୍ଣର୍ର୍ ଚନ୍ଦ୍ର ସାହୁ , ମଳୟ ତ୍ରିପାଠୀ, ଉଦୟ ପ୍ରଧାନ ପ୍ରମୁଖ ଆନ୍ଦୋଳନକାରୀଙ୍କ ନିକଟରେ ପହଞ୍ଚି ଘଟଣାର ସତ୍ୟାସତ୍ୟ ଅନୁଧ୍ୟାନ କରିଥିଲେ। ଏଥିସହ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ଦାବି କରିଛନ୍ତି। ସୁକିନ୍ଦା କ୍ରୋମାଇଟ ଖଣି ଟ୍ରକ ମାଲିକ ସଂଘ, କୁହିକାକୁ ନୈତିକ ସମର୍ଥନ ଦେଇ ରାଜ୍ୟ ସ୍ତରରେ ଏହି ଦାବିକୁ ଉପସ୍ଥାପନ କରିବାକୁ ପ୍ରତିଶ୍ରୁତି ଦେଇଥିବା ଦେଖିବାକୁ ମିଳିଛି। ଜିଲା ପ୍ରଶାସନ ୪୮ ଘଣ୍ଟା ମଧ୍ୟରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ପାଳନ ନ କଲେ ରାଜ୍ୟ ସରକାରଙ୍କ ବିରୋଧରେ ପୋଲିସ ମୁଖ୍ୟାାଳୟ ଠାରୁ ଆରମ୍ଭ କରି ରାଜଧାନୀରେ ତୀବ୍ର ଆନ୍ଦୋଳନ କରିବା ନେଇ ପ୍ରଧାନ ଚେତାବନୀ ଦେଇଛନ୍ତି ।