Categories: ଜାତୀୟ

୧୪ ଦିନିଆ ବିଚାର ବିଭାଗୀୟ ରିମାଣ୍ଡରେ ଶରଜିଲ୍‌

ନୂଆଦିଲ୍ଲୀ,୧୮।୨: ଉତ୍ତେଜନା ମୂଳକ ଭାଷଣ ଦେଉଥିବା ଅଭିଯୋଗରେ ଗିରଫ ହୋଇଥିବା ଶରଜିଲ୍‌ ଇମାମ୍‌ଙ୍କୁ ୧୪ ଦିନିଆର ବିଚାର ବିଭାଗୀୟ ରିମାଣ୍ଡରେ ରଖିବାକୁ ଦିଲ୍ଲୀ କୋର୍ଟ ମଙ୍ଗଳବାର ନିର୍ଦ୍ଦେଶ ଦେଇଛନ୍ତି। ଜାମିଆ ମାମଲାରେ ତାଙ୍କୁ ଅଧିକ ପଚରା ଉଚରା କରାଯିବ। ଏହାପୂର୍ବରୁ ତାଙ୍କୁ ଦିନିକିଆ ପୋଲିସ ରିମାଣ୍ଡରେ ରଖିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ସୂଚନାଯୋଗ୍ୟ, ଗତ ବର୍ଷ ଡିସେମ୍ବରରେ ତାଙ୍କ ଭାଷଣ ଯୋଗୁ ଜାମିଆରେ ଆଶାନ୍ତି ସୃଷ୍ଟି ହୋଇଥିଲା କି ନାହିଁ ସେ ନେଇ କ୍ରାଇମ୍‌ ବ୍ରାଞ୍ଚ୍‌ ପକ୍ଷରୁ ତଦନ୍ତ ଜାରି ରହିଛି। ଜାମିଆ ଛାତ୍ରୀଛାତ୍ରଙ୍କୁ ନିଜର ଉତ୍ତେଜନା ମୂଳକ ଭାଷଣ ଦ୍ୱାରା ଶରଜିଲ୍‌ ଉସୁକେଇଥିବା ଅଭିଯୋଗ ହୋଇଥିଲା। ପରେ ତାଙ୍କୁ ଜାନୁୟାରୀ ୨୮ରେ ବିହାରର ଜେହାନାବାଦ୍‌ରୁ ସିଏଏ ନେଇ ଉତ୍ତେଜନା ମୂଳକ ଭାଷଣ ଦେଉଥିବା ସମୟରେ ଗିରଫ କରାଯାଇଥିଲା।

Share