Categories: ଜାତୀୟ

୧୪ ବର୍ଷ ପରେ ଆସିଲା ଅଯୋଧ୍ୟା ଆତଙ୍କବାଦୀ ଆକ୍ରମଣର ରାୟ: ୪ଜଣଙ୍କୁ ଆଜୀବନ କାରାଦଣ୍ଡ, ଜଣେ ନିର୍ଦ୍ଦୋଷ

ପ୍ରୟାଗରାଜ,୧୮।୬: ଆଯୋଧ୍ୟାର ରାମ ଜନ୍ମଭୂମି ପରିସରରେ ୨୦୦୫ ଜୁଲାଇ ୫ରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ଶୁଣାଣି ହୋଇଛି। ମଙ୍ଗଳବାର ପ୍ରୟାଗରାଜର ସ୍ବତନ୍ତ୍ର କୋର୍ଟ ଏହି ମାମଲାର ଶୁଣାଣି କରି ୪ଜଣ ଦୋଷୀଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିବା ବେଳେ ଜଣଙ୍କୁ ଦୋଷମୁକ୍ତ କରିଛନ୍ତି। ଏଥିସହ ସେମାନଙ୍କ ଉପରେ ୪୦ହଜାର ଟଙ୍କାର ଜରିମାନା ମଧ୍ୟ ଲଗାଇଛନ୍ତି କୋର୍ଟ। ଏହି ଅଭିଯୁକ୍ତଙ୍କ ଉପରେ ଆକ୍ରମଣର ଷଡଯନ୍ତ୍ର ରଚିଥିବା ଅଭିଯୋଗ ହୋଇଛି। ବହୁ ସମୟ ଧରି ଏମାନେ ନୈନୀ ଜେଲ୍‌ରେ ବନ୍ଦୀ ରହିଥିଲେ।

Share