Categories: ଫୁରସତ

୧୪ ମହଲା ବିଲ୍ଡିଂରେ ରହିଛି ଛୋଟ ସହର…

ଆମେରିକାର ଉତ୍ତରରେ ଥିବା ଆଲାସ୍କାର ହ୍ବିଟିୟରରେ ଏକ ୧୪ ମହଲା ବିଲ୍ଡିଂ ରହିଛି। ଏହି ବିଲ୍ଡିଂ ଏକ ଛୋଟ ସହର ସହିତ ସମାନ। ଏଠାରେ ୨ଶହ ପରିବାର ବାସ କରୁଛନ୍ତି। ଲୋକମାନଙ୍କ ପାଇଁ ଆବଶ୍ୟକ ସମସ୍ତ ସାଧାରଣ ବ୍ୟବସ୍ଥା ଏହି ଛୋଟ ସହରରେ ରହିଛି। ବିଲ୍ଡିଂରେ ପୋଲିସ ଷ୍ଟେଶନ୍‌, ଅଫିସ୍‌, ହସ୍ପିଟାଲ, ଉପାସନା ଗୃହ ଆଦି ସମସ୍ତ ସୁବିଧା ରହିଛି। ଏହାକୁ ଲୋକେ ବେଗିଚ୍‌ ଟାଓ୍ବାର କହିଥାନ୍ତି। କେହି କେହି ଏହାକୁ ଭର୍ଟିକାଲ୍‌ ଟାଉନ୍‌ ମଧ୍ୟ କୁହନ୍ତି। ବିଲ୍ଡିଂରେ କାମ କରୁଥିବା କର୍ମଚାରୀ ତଥା ମାଲିକ ଭିନ୍ନ ଭିନ୍ନ ମହଲାରେ ରୁହନ୍ତି। ଶୀତଳଯୁଦ୍ଧ ସମୟରେ ଏହି ବିଲ୍ଡିଂକୁ ସୈନ୍ୟ ବାହିନୀ ବାରାକ୍‌ ଭାବରେ ବ୍ୟବହାର କରାଯାଉଥିଲା। ଏହି ବିଲ୍ଡିଂ ନିକଟକୁ ଯିବା ପାଇଁ କୌଣସି ରାସ୍ତା ନାହିଁ। ଏଠାରେ ପହଞ୍ଚିବା ପାଇଁ ସୁଡ଼ଙ୍ଗ ପଥ ଏବଂ ଜଳପଥର ସହାୟତା ନିଆଯାଇଥାଏ।

Share