୧୪ ଯାଏ ଅନ୍ତର୍ଜାତୀୟ ବିମାନ ଉଡ଼ାଣ ବନ୍ଦ

ନୂଆଦିଲ୍ଲୀ, ୨୭ା୩: କରୋନା ଭାଇରସ୍‌ର ପ୍ରକୋପ କମାଇବା ଲାଗି ଦେଶବ୍ୟାପୀ ଲକ୍‌ଡାଉନ୍‌ ଘୋଷଣା କରାଯାଇଥିବା ବେଳେ ଏବେ ଅନ୍ତର୍ଜାତୀୟ ବିମାନ ଉଡ଼ାଣ ଉପରେ ଲଗାଯାଇଥିବା କଟକଣାକୁ ଏପ୍ରିଲ ୧୪ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଭାରତରେ ପୂର୍ବରୁ ସପ୍ତାହକ ଲାଗି ଏହି କଟକଣା ଲଗାଯାଇଥିଲା। ଏହାକୁ ବୃଦ୍ଧି କରାଯିବା ନେଇ ଗୁରୁବାର ସରକାର ଘୋଷଣା କରିଛନ୍ତି। ତେବେ ମାଲ୍‌ ପରିବହନ କରୁଥିବା ବିମାନ ଓ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ ପକ୍ଷରୁ ଅନୁମତି ଥିବା କେତେକ ସ୍ବତନ୍ତ୍ର ବିମାନ କ୍ଷେତ୍ରରେ ଏହା ଲାଗୁ ହେବନାହିଁ। ପ୍ରକାଶଥାଉ କି, ଭାରତରେ ଘରୋଇ ବିମାନ ଉଡ଼ାଣ ଉପରେ ସରକାର ମାର୍ଚ୍ଚ ୩୧ ପର୍ଯ୍ୟନ୍ତ କଟକଣା ଲଗାଇଛନ୍ତି। ଏତଦ୍‌ବ୍ୟତୀତ କରୋନା ମହାମାରୀକୁ ରୋକିବା ଲାଗି ଟ୍ରେନ, ମେଟ୍ରୋ, ଆନ୍ତଃରାଜ୍ୟ ବସ୍‌ସେବା, ପରିବହନ ଆଦିକୁ ବନ୍ଦ କରାଯାଇଛି।

Share