Categories: ଖେଳ

୧୫୦୦ ମି. ଦୌଡ଼ରେ ନିଜ ରେକର୍ଡ ଭାଙ୍ଗିଲେ ଜିନ୍‌ସନ

ବର୍ଲିନ୍‌,୨।୯(ପିଟି): ଏସିଆନ୍‌ ଗେମ୍ସ ସ୍ବର୍ଣ୍ଣ ପଦକଧାରୀ ଜିନ୍‌ସନ ଜନ୍‌ସନ ଆଇଏସ୍‌ଟିଏଏଫ୍‌ ଇଭେଣ୍ଟର ୧୫୦୦ ମିଟର ଦୌଡ଼ରେ ରୌପ୍ୟ ପଦକ ଜିତିବା ସହ ସୃଷ୍ଟି କରିଛନ୍ତି ନୂଆ ଜାତୀୟ ରେକର୍ଡ। ଏହି ଦୌଡ଼ରେ ଜନ୍‌ସନ ୩ ମିନିଟ୍‌ ୩୫.୨୪ ସେକେଣ୍ଡ ଟାଇମିଂ ହାସଲ କରିଛନ୍ତି। ଅଲିମ୍ପିକ୍‌ ଷ୍ଟାଡିୟମରେ ଅନୁଷ୍ଠିତ ଇଭେଣ୍ଟରେ ଆମେରିକାର ଜୋଶୁଆ ଥମ୍ପ୍‌ସନଙ୍କୁ ସ୍ବର୍ଣ୍ଣ ପଦକ ମିଳିଛି। ପୂର୍ବରୁ ଏହି ଜାତୀୟ ରେକର୍ଡ ୨୮ ବର୍ଷୀୟ କେରଳ ଧାବକଙ୍କ ନାମରେ ଥିଲା। ସେ ଗତ ଜୁନ୍‌ରେ ନେଦରଲାଣ୍ଡ ନିଜମେଗେନ ୩:୩୭.୬୨ ଟାଇମିଂ ହାସଲ କରିଥିଲେ। ତାଙ୍କ ନାମରେ ୮୦୦ ମି. ଦୌଡ଼ ଇଭେଣ୍ଟର ମଧ୍ୟ ଜାତୀୟ ରେକର୍ଡ ରହିଛି। ନିଜ ଜାତୀୟ ରେକର୍ଡ ଭାଙ୍ଗିବା ସହ ଜନ୍‌ସନ ଦୋହାଠାରେ ଚଳିତ ମାସ ୨୮ରୁ ଅକ୍ଟୋବର ୬ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ବିଶ୍ୱ ଚାମ୍ପିୟନଶିପ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ଏହି ଇଭେଣ୍ଟ ପାଇଁ ୩:୩୬.୦୦ସେ. କ୍ୱାଲିଫାଇଂ ଟାଇମ ଥିଲା। ମୁଁ ନୂଆ ଜାତୀୟ ରେକର୍ଡ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଥିଲି। କିନ୍ତୁ ରୌପ୍ୟ ଜିତିବା ନେଇ ଆଶା ନ ଥିଲା। ମୁଁ ଏବେ ଟ୍ରେନିଂ ପାଇଁ ଆମେରିକାର କଲୋଲଡୋ ଓ ପରେ ଦୋହା ବିଶ୍ୱ ଚାମ୍ପିୟନଶିପ୍‌ ଯିବି ବୋଲି ଇଭେଣ୍ଟ ପରେ ସେ କହିଛନ୍ତି।

Share