୧୫୦ କୋଟି କ୍ଲବରେ ‘ଭାରତ’

ଇଦ୍‌ ଅବସରରେ ରିଲିଜ୍‌ ହୋଇଥିବା ସୁପରଷ୍ଟାର ସଲମାନ ଖାନ୍‌ଙ୍କ ଫିଲ୍ମ ‘ଭାରତ’ ଦେଢଶହ କୋଟି କ୍ଲବରେ ସାମିଲ ହୋଇଛି। ସାଉଥ କୋରିୟାନ ବ୍ଳକବଷ୍ଟର ଫିଲ୍ମର ହିନ୍ଦୀ ରିମେକ ‘ଭାରତ’ ଦେଶର ୪୦୦୦ ସିନେମା ଘରେ ପ୍ରଦର୍ଶିତ ହୋଇଥିବାବେଳେ ପ୍ରଥମ ସପ୍ତାହରେ ୧୫୦ କୋଟି ଟଙ୍କା ଆୟ କରିଛି। ଏହି ଫିଲ୍ମରେ ସଲମାନଙ୍କ ସହ କ୍ୟାଟ୍ରିନା କୈଫ ଲିଡ ରୋଲରେ ଅଛନ୍ତିା ଦିଶା ପଟାନୀଙ୍କୁ ବି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିଛି। ଅଲ୍ଲୀ ଅବାସଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ବକ୍ସ ଅଫିସରେ ବହୁ ରେକର୍ଡ ଭାଙ୍ଗିଛି। ଫିଲ୍ମରେ ସଲମାନଙ୍କୁ ସମ୍ପୂର୍ଣ୍ଣ ନୁଆ ଲୁକରେ ଦେଖିବାକୁ ପାଇଛନ୍ତି ଦର୍ଶକ। ଫିଲ୍ମରେ ସଲମାନଙ୍କ ସହ , କ୍ୟାଟ୍ରିନା, ଜାକି ଶ୍ରଫ, ଦିଶା ପଟାନୀ, ନୋରା ଫତେହି, ସୁନୀଲ ଗ୍ରୋଭର ଅଭିନୟ କରିଛନ୍ତି।

Share