Categories: ବାଣିଜ୍ୟ

୧୫୦ ଘରୋଇ ଟ୍ରେନ ଲାଗି ନୀତି ଆୟୋଗର ଯୋଜନା

ନୂଆଦିଲ୍ଲୀ,୪-୧: ସାରା ଦେଶର ୧୦୦ ରୁଟରେ ୧୫୦ ଘରୋଇ ଟ୍ରେନ ଚଳାଚଳ କରାଇବା ଲାଗି କେନ୍ଦ୍ରସରକାରଙ୍କ ଥିଙ୍କ ଟ୍ୟାଙ୍କ ନୀତି ଆୟୋଗ ପକ୍ଷରୁ ଯୋଜନା ହାତକୁ ନିଆଯାଇଛି। ଏଥି ଲାଗି ନୀତି ଆୟୋଗ ପକ୍ଷରୁ ଏକ ଡିସ୍‌କଶନ ପେପର ଜାରି କରାଯାଇଛି। ଏହି ଯୋଜନା ଲାଗି ମୋଟ୍‌ ୨୨,୫୦୦ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପ୍ରସ୍ତାବ ଦିଆଯାଇଛି। ପ୍ରାଇଭେଟ ପାର୍ଟିସିପେଶନ:ପ୍ରାଇଭେଟ ଟ୍ରେନ ନାମରେ ଜାରି ହୋଇଥିବା ଏହି ପେପରରେ ଦେଶର ପ୍ରମୁଖ ନଗରକୁ ଯୋଡୁଥିବା ରୁଟ୍‌ ଗୁଡିକରେ ୧୫୦ ପ୍ରାଇଭେଟ ଟ୍ରେନ ଚଳାଇବା ସମ୍ପର୍କରେ ଉଲ୍ଲେଖ କରାଯାଇଛି। ରୁଟ୍‌ଗୁଡିକ ମଧ୍ୟରେ ମୁମ୍ବାଇ-ସେଣ୍ଟ୍ରାଲ-ନୂଆଦିଲ୍ଲୀ, ନୂଆଦିଲ୍ଲୀ-ପାଟନା, ଅହମ୍ମଦାବାଦ-ପୁଣେ, ଦରବାର-ଭଦୋଦରା, ହାଓଡା-ଚେନ୍ନାଇ, ହାଓଡା-ପାଟଣା, ଇନ୍ଦୋର-ଓଖଲା ଭଳି ବିଭିନ୍ନ ରୁଟ୍‌ ରହିଛି।

Share