Categories: ଫୁରସତ

୧୫୦ ବର୍ଷର ବରଗଛ ତଳେ ତାପମାତ୍ରା ୬ ଡିଗ୍ରୀ କମ୍‌ ରହୁଛି

ଗୋପାଳଗଞ୍ଜ(ବିହାର): ଏହା ଜଙ୍ଗଲ ନୁହେଁ, ୧୫୦ ବର୍ଷର ଏକ ବରଗଛ। ଏହି ଗଛର ୨୦୦ ଶାଖା ରହିଛି ଓ ୨୫୦୦ ବର୍ଗମିଟର ଜମିକୁ ଏହାର ଶାଖା ଢାଙ୍କିରଖିଛି । ବିହାରର ଗୋପାଳଗଞ୍ଜ ମୁଖ୍ୟାଳୟଠାରୁ ୫୨ କିଲୋମିଟର ଦୂର ବୈକୁଣ୍ଠପୁର ବ୍ଲକ୍‌ ରାଜାପଟ୍ଟୀ କୋଠିସ୍ଥିତ ସୋନାସତୀ ଦେବୀ ମନ୍ଦିର ନିକଟରେ ରହିଛି ଏହିି ଗଛ । ବରଗଛଟି ଚର୍ଚ୍ଚାକୁ ଆସିବା ପଛରେ ଏକ ରହସ୍ୟ ରହିଛି। ଏହି ଗଛ ତଳେ ସବୁବେଳେ ବାୟୁମଣ୍ଡଳର ତାପମାତ୍ରାଠାରୁ ୬ ଡିଗ୍ରୀ କମ୍‌ ରହେ। ଇଂରେଜମାନେ ଏହି ଗଛକୁ ସଂରକ୍ଷିତ କରି ରଖିଥିଲେ ଯାହା ଏବେ ଶୋଭା ପାଉଛି।

Share