Categories: ଖେଳ

୧୫୦ ରନ୍‌ ପୂରଣ କଲେ ରୋହିତ୍‌

ବିଶାଖାପାଟଣା,୩।୧୦: ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟରେ ପ୍ରଥମଥର ପାଇଁ ଓପନିଂ କରୁଥିବା ରୋହିତ ଶର୍ମା ଦମଦାର ବ୍ୟାଟିଂ କରିଛନ୍ତି। ପ୍ରଥମ ଦିନର ଶତକ ହାସଲ ପରେ ଦ୍ୱିତୀୟ ଦିନ ସେ ୧୫୦ ରନ୍‌ ପୂରଣ କରିଛନ୍ତି। ଏକଦିବସୀୟ ଭଳି ଟେଷ୍ଟରେ ମଧ୍ୟ ନିଜ ଜଲଓ୍ବା ଦେଖାଇଛନ୍ତି। ରୋହିତ ଶର୍ମା ୧୫୪ ଓ ମୟଙ୍କ ଅଗ୍ରୱାଲ ୧୧୭ ରନ କରି ଅପରାଜିତ ରହିଛନ୍ତି। ଗୁରୁବାର ଦ୍ୱିତୀୟ ଦିନ ଖେଳ ଆରମ୍ଭ ହେବା ମାତ୍ରେ କ୍ୟାରିୟର ପ୍ରଥମ ଟେଷ୍ଟ ଶତକ ହାସଲ କରିଥିଲେ ମୟଙ୍କ ଅଗ୍ରଓ୍ବାଲ୍‌। ଫଳରେ ଭାରତ ଏକ ବଡ ସ୍କୋର ଆଡକୁ ଅଗ୍ରସର ହେଉଛି।

Share