୧୫୨ ନଂ. କରୋନା ଆକ୍ରାନ୍ତଙ୍କ ଟ୍ରାଭେଲ ହିଷ୍ଟ୍ରି ପ୍ରକାଶ: ସାଙ୍ଗସାଥୀଙ୍କ ସହିତ ଖେଳିଛନ୍ତି ତାସ୍‌, କ୍ରିକେଟ୍‌

ରତ୍ନଗିରି,୩ା୫(ଡି.ଏନ୍‌.ଏ.): ଯାଜପୁର ଜିଲା ବରୀ ବ୍ଲକ ଅଧିନସ୍ଥ କଳାମାଟିଆ ପଞ୍ଚାୟତରେ ୧ ତାରିଖରେ ଚିହ୍ନଟ ହୋଇଥିବା ୧୫୨ ନଂ. କରୋନା ସଂକ୍ରମିତ ୨୮ ବର୍ଷୀୟ ଯୁବକଙ୍କ ଗସ୍ତସୂଚୀ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଜାରି କରାଯାଇଛି।
ସୂଚନାଯୋଗ୍ୟ, ୧୫୨ ନଂ. କରୋନା ଆକ୍ରାନ୍ତ ଜଣକ କୋଲକାତାର ବୁନ୍ଦୁଲଗେଟ୍‌ରୁ ୨୯ ମାର୍ଚ୍ଚରେ ବାହାରି ଅନ୍ୟ ୫ଜଣ ସହକର୍ମୀଙ୍କ ସହିତ ଏକ ଭଡ଼ାଗାଡ଼ିରେ ୩୦ ମାର୍ଚ୍ଚରେ ପହଞ୍ଚିଥିଲେ। ସେଠାରୁ ଏକ ଟ୍ରକ ଯୋଗେ ଯାଜପୁର ଜିଲା କୁଆଖିଆରେ ପହଞ୍ଚିବା ପରେ ଏକ ଭଡ଼ାଗାଡ଼ିରେ ବରୀମାଉଣ୍ଟ ଦେଇ ନିଜ ଗ୍ରାମକୁ ଆସିଥିଲେ। ଏହି ୫ ଜଣଙ୍କ ମଧ୍ୟରୁ ସଂକ୍ରମିତ ଯୁବକ ଜଣକ ନିଜ ପରିବାର ସହ ଘରେ ରହି ବିଭିନ୍ନ ସାଙ୍ଗସାଥୀଙ୍କ ସହିତ ତାସ୍‌ ଏବଂ କ୍ରିକେଟ ଖେଳିଥିଲେ। ୩୦ ମାର୍ଚ୍ଚରୁ ୩୦ ଏପ୍ରିଲ ପର୍ଯ୍ୟନ୍ତ ବରୀ ଅଞ୍ଚଳର ବିଭିନ୍ନ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବାର ସୂଚନା ମିଳିଛି। ତାଙ୍କର ସ୍ବାବ୍‌ ଟେଷ୍ଟ ପରେ ରକ୍ତ ନମୁନା ପଜିଟିଭ୍‌ ଆସିବା ପରେ ତାଙ୍କୁ ପ୍ରଶାସନ ପକ୍ଷରୁ ୧ ତାରିଖରେ ଯାଜପୁରର କଳିଙ୍ଗ ନଗର ଟାଟା କୋଭିଡ୍‌ ହସ୍ପିଟାଲରେରେ ଭର୍ତ୍ତି କରାଯାଇଥିଲା।

Share