Categories: ଜାତୀୟ

୧୫୪ ଜିଲାରେ ନିଅଣ୍ଟ ବର୍ଷା

ନୂଆଦିଲ୍ଲୀ,୩ା୧୦: ଚଳିତ ମୌସୁମୀରେ ସର୍ବାଧିକ ବୃଷ୍ଟିପାତ ହୋଇଛି। ୨୫ ବର୍ଷ ମଧ୍ୟରେ ଏହା ସବୁଠୁ ଅଧିକ ବର୍ଷଣ ମୌସୁମୀ ବୋଲି କୁହାଯାଉଛି। ଏହା ସତ୍ତ୍ୱେ ଦେଶର ନିଅଣ୍ଟ ବର୍ଷା ଅନୁଭୂତ ହୋଇଛି। ଅର୍ଥାତ୍‌ ପ୍ରତି ୫ ଜିଲାରୁ ଗୋଟିଏ ଜିଲା ବା ପାଖାପାଖି ୨୩ ପ୍ରତିଶତ ଜିଲାରେ ଯଥେଷ୍ଟ ବର୍ଷା ହୋଇ ନ ଥିବା ପାଣିପାଗ ବିଭାଗ ତଥ୍ୟରୁ ଜଣାପଡିଛି। ହରିୟାଣାରେ ସର୍ବାଧିକ ୧୯ ଜିଲାରେ ବର୍ଷାଭାବ ଦେଖାଦେଇଛି। ସେଠାରେ ୪୨ ପ୍ରତିଶତ କମ୍‌ ବର୍ଷା ହୋଇଛି। ତେବେ ଓଡ଼ିଶା, ମଧ୍ୟପ୍ରଦେଶ, ଗୁଜରାଟ, ଆନ୍ଧ୍ରପ୍ରଦେଶ ଓ କେରଳରେ ଶୁଷ୍କ ଜିଲା ନାହିଁ। ଉତ୍ତରପ୍ରଦେଶ ଓ ବିହାରରେ ସେପ୍ଟେମ୍ବର ଶେଷ ଭାଗରେ ପ୍ରବଳ ବର୍ଷା ହୋଇଛି। କିନ୍ତୁ ବର୍ଷାଋତୁ ଆରମ୍ଭରୁ ସେଠାର ଅଧିକାଂଶ ଜିଲାରେ ବର୍ଷାଭାବ ଦେଖାଦେଇଥିଲା।

Share