୧୫୪, ୧୫୨ ବୁଥରେ ଇଭିଏମ୍‌ ଅଚଳ

ନିରାକାରପୁର,୨୫।୫(ମାନସଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ନିରାକାରପୁର ପଞ୍ଚାୟତ କ୍ଷେତ୍ରବାସୀ ସରକାରୀ ହାଇସ୍କୁଲରେ ନିର୍ବାଚନ ଚାଲିଥିବା ବେଳେ ୧୫୪ ନମ୍ବର ବୁଥ ୪୫ମିନିଟ ଏବଂ ୧୫୨ ନମ୍ବର ବୁଥରେ ପ୍ରାୟ ୨୦ ମିନିଟ ଇଭିଏମ ଅଚଳ ରହିଥିଲା। ଏନେଇ ସେକ୍ଟର ଅଫିସର କୈଳାସ ଦଳେଇ ସୂଚନା ଦେଇଛନ୍ତି। ଅନ୍ୟପକ୍ଷେ କିଛି ମତଦାତା ଫେରିଯାଇଥିବା ବେଳେ କେତେକ ବହୁ ସମୟ ଧରି ଛିଡାହୋଇ ଅସୁବିଧାର ସମ୍ମୁଖୀନ ହୋଇଥିଲେ।

Share