୧୫୫୦୧ ଟଙ୍କାରେ ଆଜ୍ଞା ଲଡ଼ୁ ନିଲାମ

ବଇଣ୍ଡା,୧୦।୧୦(ଡି.ଏନ.ଏ.)-ଅନୁଗୋଳ ଜିଲା କିଶୋରନଗର ବ୍ଲକ ବାମୁର ଗ୍ରାମରେ ଚାଲିଥିବା ସପ୍ତାହେବ୍ୟାପୀ ଦୁର୍ଗାପୂଜାର ଭସାଣି ଉତ୍ସବ ବୁଧବାର ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି। ଏଥିସହିତ ମା’ଙ୍କଠାରେ ଲାଗିଥିବା ୩୦ କେଜି ଆଜ୍ଞା ଲଡ଼ୁକୁ ନିଲାମ କରାଯାଇଛି। ଏ ନେଇ ପୂଜା ମଣ୍ଡପ ନିକଟରେ ଏକ ଉଦ୍‌ଯାପନୀ ସଭା କରାଯାଇଥିଲା। କମିଟି ସଭାପତି ବଳରାମ ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଅତିଥି ଭାବେ କମିଟି ସଭ୍ୟ ସଚ୍ଚିତାନନ୍ଦ ପ୍ରଧାନ, ଅଧ୍ୟାପକ ଜୟକୃଷ୍ଣ ପ୍ରଧାନ, ବୁଧଦେବ ପ୍ରଧାନ, ପୀତବାସ ପ୍ରଧାନ, ରବିନ୍ଦ୍ର ପ୍ରଧାନ ପ୍ରମୁଖ ଯୋଗଦେଇ ଆଜ୍ଞା ଲଡ଼ୁ ନିଲାମ କରିଥିଲେ। ପୂଜା କମିଟିର ସମ୍ପାଦକ ସଞ୍ଜୀବ କୁମାର ପ୍ରଧାନ ୧୫୫୦୧ ଟଙ୍କାରେ ନିଲାମ ଜରିଆରେ କିଣିଥିଲେ। ଅପରାହ୍ନରେ ବିଧାୟକ ରମେଶ ଚନ୍ଦ୍ର ସାଏ ଓ କିଶୋରନଗର ବ୍ଲକ ଅଧ୍ୟକ୍ଷା ବବିତା ପ୍ରଧାନ ସ୍ବତନ୍ତ୍ର ଅତିଥି ଭାବେ ଯୋଗ ଦେଇଥିଲେ।