Categories: ଖେଳ

୧୫୬୦ ଉଇକେଟ ନେଇଥିବା ଏହା ଭାରତୀୟ କ୍ରିକେଟର୍‌ଙ୍କୁ ସେନ୍‌ ଓ୍ବାର୍ଣ୍ଣ ବି ମାନୁଥିଲେ ଗୁରୁ

ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ମହାନ ସ୍ପିନର ବିଶେନ ସିଂ ବେଦୀଙ୍କ ଆଜି ୭୩ତମ ଜନ୍ମଦିନ। ୧୯୪୬ ମସିହା ସେପ୍ଟେମ୍ବର ୨୫ରେ ଅମୃତସରରେ ଜନ୍ମଗ୍ରହଣ କରିଥିଲେ। ଭାରତ ପାଇଁ ସେ ୧୩ ବର୍ଷ କାଳ କ୍ରିକେଟ ଖେଳିଥିଲେ। ନିଜ କ୍ରିକେଟ କ୍ୟାରିୟର ସେ ଅନେକ ରେକର୍ଡ ଭାଙ୍ଗିଥିଲେ। ବେଦୀ ୬୭ଟି ଟେଷ୍ଟ ଖେଳି ୨୬୬ ଏବଂ ୧୦ଟି ଏକଦିବସୀୟ ମ୍ୟାଚ୍‌ ଖେଳି ୭ଟି ଉଇକେଟ ହାସଲ କରିଥିଲେ। ସେ ୩୭୦ ପ୍ରଥମ ଶ୍ରେଣୀ ମ୍ୟାଚ୍‌ ଖେଳି ୧୫୬୦ ଉଇକେଟ ନେଇଥିଲେ। ଅଷ୍ଟ୍ରେଲିଆର ମହାନ ଲେଗସ୍ପିନର ସେନ୍‌ ଓ୍ବାର୍ଣ୍ଣ ବିଶନ୍‌ ସିଂ ବେଦୀଙ୍କୁ ନିଜ ଆଦର୍ଶ ମାନୁଥିଲେ।

Share