କାର୍ଲିଫର୍ନିଆ: ଝରଣାରୁ ପାଣି ଝରିବା ସ୍ବାଭାବିକ କଥା। ତେବେ ଏଥିରୁ ନିଆଁ ଝରିବା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବେ। କାର୍ଲିଫର୍ନିଆରେ ରହିଛି ଏଭଳି ଏକ ଝରଣା। ଏଥିରେ ନିଆଁ ଭଳି ଲାଲ୍ ପାଣି ୧୫୬୦ ଫୁଟ ଉଚ୍ଚରୁ ତଳକୁ ପଡ଼ିଥାଏ। ଏହି ଝରଣା ସ୍ଥାନୀୟ ୟୋସୋମିଟି ଜାତୀୟ ଉଦ୍ୟାନରେ ରହିଛି। କ୍ୟାପ୍ଟେନ ପାହାଡ଼ରୁ ଏହା ପ୍ରବାହିତ ହେଉଛି। ଲୋକେ ଏହାକୁ ଫାୟାର ଫଲ୍ କହିଥାନ୍ତି। ତେବେ ପ୍ରତିବର୍ଷ ଫେବୃୟାରୀ ମାସର ଶେଷ ସପ୍ତାହରେ ଏଭଳି ଦୃଶ୍ୟ ସୂର୍ଯ୍ୟାସ୍ତ ସମୟରେ ଦେଖାଯାଇଥାଏ। ଏହି ସମୟରେ ଅସ୍ତ ସମୟରେ ଲାଲ୍ ରଙ୍ଗର ସୂର୍ଯ୍ୟ ରଶ୍ମୀ ଝରଣା ପାଣିରେ ଫ୍ରତିଫଳିତ ହୋଇଥାଏ। ଫଳରେ କିଛି ସମୟ ପାଇଁ ଝରଣାର ପାଣି ରଡ଼ ନିଆଁ ଭଳି ଲାଲ୍ ହୋଇଯାଏ। ଏହି ଦୃଶ୍ୟକୁ ଦେଖିବା ଲାଗି ଦେଶ ବିଦେଶରୁ ବହୁ ପର୍ଯ୍ୟଟକଙ୍କ ଗହଳି ଏଠାରେ ହୋଇଥାଏ।