Categories: ଜାତୀୟ

୧୫ ଅଫିସରଙ୍କୁ ଜବରଦସ୍ତି ଅବସର ଦେଲା ସିବିଡିଟି

ନୂଆଦିଲ୍ଲୀ,୨୭।୯: ଭ୍ରଷ୍ଟ ଓ ଦୁର୍ନୀତି ଅଭିଯୋଗରେ କର୍ମଚାରୀଙ୍କ ଉପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ କଡ଼ା କାର୍ଯ୍ୟନୁଷ୍ଠାନ ନିଆଯାଇଛି। କେନ୍ଦ୍ରୀୟ ପ୍ରତ୍ୟେକ୍ଷ କର ବୋର୍ଡ(ସିବିଡିଟି) ନିଜର ୧୫ ଜଣ ଅଧିକାରୀଙ୍କୁ ଜବରଦସ୍ତି ଅବସର ଦେଇଥିବା ଜଣାପଡ଼ିଛି। ଏହି ସମସ୍ତ ଅଧିକାରୀ ପ୍ରିନ୍ସିପଲ କମିଶନର, କମିଶନର, ଜୁନିୟର କମିଶନର, ଅତିରିକ୍ତ କମିଶନର ଏବଂ ସହାୟକ କମିଶନର ଭଳି ଗୁରୁତ୍ୱପୂର୍ଣ୍ଣ ପଦରେ ନିଯୁକ୍ତ ଥିଲେ। ଏହି ଅଧିକାରୀଙ୍କ ବିରୋଧରେ ଭ୍ରଷ୍ଟାଚାର ଏବଂ ଅନ୍ୟ ଅଭିଯୋଗ ଆଧାରରେ ମୌଳିକ ନିୟମ ୫୬(ଜେ) ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଏହା ପୂର୍ବରୁ ଅଗଷ୍ଟ ୨୬ରେ ବିଭାଗ ଦୁର୍ନୀତି ଅଭିଯୋଗରେ ୨୨ଜଣ ଅଧିକାରୀଙ୍କୁ ଜବରଦସ୍ତି ସେବାରୁ ବାହାର କରାଯାଇଥିଲା।

Share