Categories: ବାଣିଜ୍ୟ

୧୫ ଏପ୍ରିଲରୁ ବିମାନସେବା ଯୋଗାଇବ ଏୟାର ଏସିଆ

ନୂଆଦିଲ୍ଲୀ,୪-୪: ବର୍ତ୍ତମାନ ଲକଡାଉନ ପାଇଁ ସାରା ଦେଶରେ ବିମାନ ସେବା ବନ୍ଦ ରହିଛି।
ଚଳିତ ମାସ ୧୫ରୁ ପୁଣିଥରେ ବିମାନ ସେବା ଆରମ୍ଭ କରିବା ନେଇ ପ୍ରମୁଖ ବିମାନ ସେବା ପ୍ରଦାନକାରୀ କମ୍ପାନୀ
ଏୟାର ଏସିଆ ଇଣ୍ଡିଆ ସୂଚନା ଦେଇଛି।

ଏପ୍ରିଲ ୧୫ରୁ ପୁଣି ଥରେ ଟିକେଟ ବୁକିଂ ସୁବିଧା ଲୋକଙ୍କୁ ମିଳିବ ବୋଲି କମ୍ପାନୀ ସ୍ପଷ୍ଟ କରିଛି।

ଏହି ସମୟରେ ସରକାରଙ୍କ ପକ୍ଷରୁ ଯଦି କିଛି ନୂଆ ନିର୍ଦ୍ଦେଶ ଜାରି ନ ହୁଏ, ତେବେ କମ୍ପାନୀ ଘୋଷଣା କରିଥିବା ସମୟ ଅନୁସାରେ ସେବା ଯୋଗାଇ ଦେବ।
କରୋନା ପାଇଁ ବିମାନ ସେବାକୁ ଚଳିତ ମାସ ୧୪ ତାରିଖ ଯାଏ ବନ୍ଦ ରଖାଯାଇଛି।

ଏଥିଲାଗି ବିମାନ କମ୍ପାନୀଗୁଡିକ ୧୫ ତାରିଖ ଠାରୁ ବୁକିଂ ଆରମ୍ଭ ନେଇ ନିଷ୍ପତ୍ତି ନେଇଛନ୍ତି।

ସେହିଭଳି ଏୟାର ଇଣ୍ଡିଆ ଚଳିତ ମାସ ୩୦ ଯାଏ ବୁକିଂ ନ ନେବା ଲାଗି ଶୁକ୍ରବାର କହିଛି।

Share