୧୫ କୋଟି ଟଙ୍କା କ୍ଷତି ସହିବେ ଭଂସାଲୀ

ମୁମ୍ବାଇ: ବଲିଉଡ୍‌ର ନାମୀ ନିର୍ଦ୍ଦେଶକ ସଞ୍ଜୟ ଲିଲା ଭଂସାଲୀ ଏବେ ୧୫ କୋଟି ଟଙ୍କା କ୍ଷତି ସହିବେ ବୋଲି ଜଣାପଡିଛି। କାରଣ ସେ ତାଙ୍କ ଆଗାମୀ ଫିଲ୍ମ ‘ଇଂଶାଅଲ୍ଲାହ’କୁ ଏବେ କୋଲ୍ଡ ଷ୍ଟୋରରେ ପକାଇ ଦେଇଛନ୍ତି। ସଲମାନ ଖାଁ ଓ ଆଲିଆ ଭଟ୍ଟଙ୍କ ଷ୍ଟାର କାଷ୍ଟରେ ଏହି ଫିଲ୍ମ ରିଲିଜ୍‌ ହେବାକୁ ଥିବା ବେଳେ ଏହା ଏବେ ରିଲିଜ୍‌ ହେବ ନାହିଁ ବୋଲି ଜଣାପଡିଛି। ତେବେ ଏହି ନିଷ୍ପତ୍ତି ନିଜେ ଭଂସାଲୀ ନେଇଛନ୍ତି। ଯେହେତୁ ଏହାର ଶୁଟିଂରେ ଭଂସାଲୀ ନିଜ ପକେଟରୁ ପାଖାପାଖି ୧୫ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି ଏହା ଯଦି ରିଲିଜ ନ ହେବ ତେବେ ଭଂସାଲୀ ଖର୍ଚ୍ଚ କରିଥିବା ଟଙ୍କା ଆଉ ପାଇ ପାରିବେ ନାହିଁ ବୋଲି ବଲିଉଡ୍‌ ହଙ୍ଗାମାରେ ପ୍ରକାଶିତ ଏକ ଖବରରୁ ଜଣାପଡିଛି।

Share