୧୫ ଟନ୍‌ ଚୋରା ରଡ଼ ଜବତ

ଭାପୁର,୧୨।୧୧(ଡି.ଏନ.ଏ.)-ଢେଙ୍କାନାଳ ଜିଲା ସଦର ଥାନା ଭାପୁର ଫାଣ୍ଡି ପୋଲିସ ରବିବାର ଗୋବିନ୍ଦପ୍ରସାଦ ଗ୍ରାମ ନିକଟରେ ଚଢାଉ କରି ୧୫ ଟନ୍‌ ଚୋରା ଲୁହା ରଡ଼ ଜବତ କରିଛି। ଏଥିସହିତ ରଡ଼ ଜବତ ସ୍ଥାନ ନିକଟରୁ ଏକ ବାଇକ(ଓଡ଼ି୦୬ଏଫ-୨୦୭୫) ଜବତ କରାଯାଇଛି। ଏହି ଘଟଣାରେ କାହାରିକୁ ଗିରଫ କରାଯାଇ ନାହିଁ। ଅନ୍ୟପକ୍ଷରେ ଏହା ସ୍କାନ ଷ୍ଟିଲ କମ୍ପାନୀ ରାଉରକେଲାରୁ କେନ୍ଦ୍ରାପଡ଼ା ଅଭିମୁଖେ ଯାଉଥିବାବେଳେ ଚୋରି ହୋଇଥିବା କମ୍ପାନୀ ଅଧିକାରୀ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି। ପୋଲିସ ଘଟଣାର ତଦନ୍ତ ଜାରି ରଖିଥିବା ଭାପୁର ଫାଣ୍ଡି ଅଧିକାରୀ ପ୍ରଶାନ୍ତ ପଢିହାରୀ ପ୍ରକାଶ କରିଛନ୍ତି।