୧୫ ଦିନ ଧରି ପାଳନ କରାଯିବ ବିଜୁ ଜୟନ୍ତୀ: ବିଜେଡି

ଭୁବନେଶ୍ୱର,୨୭।୨(ବ୍ୟୁରୋ): ପ୍ରବାଦ ପୁରୁଷ ବିଜ ପଟ୍ଟନାୟକଙ୍କ ଜୟନ୍ତୀ ୧୫ ଦିନ ପାଳନ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏ ନେଇ ବିଜେଡି କାର୍ଯ୍ୟାଳୟରେ ଗୁରୁବାର ଆୟୋଜିତ ଖବରଦାତା ସମ୍ମିଳନୀରେ ସୂଚନା ଦିଆଯାଇଛି। ତେବେ ମାର୍ଚ୍ଚ ୫ରୁ ୨୦ ପର୍ଯ୍ୟନ୍ତ ବିଜୁ ବାବୁଙ୍କ ଜୀବନୀକୁ ନେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ରାଜ୍ୟର ୧୪୭ ନିର୍ବାଚନମଣ୍ଡଳୀ, ୩୧୪ ବ୍ଲକରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ତେବେ ମାର୍ଚ୍ଚ ୫ରେ କଟକ ବାଲିଯାତ୍ରା ପଡ଼ିଆରେ ରାଜ୍ୟସ୍ତରୀୟ ସମାବେଶ ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି।

Share