Categories: ଜାତୀୟ

୧୫ ଦିନ ମଧ୍ୟରେ ଘରକୁ ଫେରିବେ ସମସ୍ତ ପ୍ରବାସୀ ଶ୍ରମିକ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୯।୬: ଲକ୍‌ଡାଉନ ଯୋଗୁ ବାହାର ରାଜ୍ୟରେ ଫସି ରହିଥିବା ସମସ୍ତ ପ୍ରବାସୀ ଶ୍ରମିକଙ୍କୁ ୧୫ ଦିନ ମଧ୍ୟରେ ସେମାନଙ୍କ ନିଜ ନିଜ ରାଜ୍ୟରେ ପହଞ୍ଚାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ମଙ୍ଗଳବାର କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। ଡିଜାଷ୍ଟର ମ୍ୟାନେଜମେଣ୍ଟ ଆକ୍ଟ, ୨୦୦୫ ଅନୁଯାୟୀ ପ୍ରବାସୀ ଶ୍ରମିକଙ୍କ ବିରୋଧରେ ଲକ୍‌ଡାଉନ ନିୟମ ଉଲ୍ଲଂଘନକୁ ନେଇ ଦାଖଲ କରାଯାଇଥିବା ସମସ୍ତ ଅଭିଯୋଗକୁ ଫେରାଇ ନିଆଯିବାକୁ କୋର୍ଟ କହିଛନ୍ତି। ତେବେ କେନ୍ଦ୍ର ଓ ରାଜ୍ୟ ସରକାର ସୁବ୍ୟବସ୍ଥିତ ଢଙ୍ଗରେ ପ୍ରବାସୀ ଶ୍ରମିକଙ୍କ ଚିହ୍ନଟ ପାଇଁ ଏକ ସୂଚୀ ପ୍ରସ୍ତୁତ କରିବାକୁ ପଡିବ।

Share