୧୫ ଫୁଟ ତଳକୁ ଓଲଟିଲା ଡିଜେଲ ଟ୍ୟାଙ୍କର

କୁଳିଅଣା,୫ା୬(ଡି.ଏନ୍‌.ଏ.)-ମୟୂରଭଞ୍ଜ ଜିଲା କୁଳିଅଣା ଥାନା ଅନ୍ତର୍ଗତ ୧୮ ନଂ. ଜାତୀୟ ରାଜପଥର ଚିରଗାଲଡିହି ଛକଠାରେ ମଙ୍ଗଳବାର ଭୋର ସମୟରେ ଏକ ଡିଜେଲ ବୋଝେଇ ଟ୍ୟାଙ୍କର ରାସ୍ତାଠାରୁ ୧୫ ଫୁଟ ତଳକୁ ଭାରସାମ୍ୟ ହରାଇ ଓଲଟି ପଡିଛି।
ପାରାଦୀପରୁ ୨୪ ହଜାର ଲିଟର ଡିଜେଲ ନେଇ ଜାମସେଦପୁର ଯାଉଥିବା ଏହି ଟ୍ୟାଙ୍କରଟି ସମ୍ମୁଖ ଦିଗରୁ ଆସୁଥିବା ଏକ ଟ୍ରେଲରକୁ ସାଇଡ ଦେବାକୁ ଯାଇ ଭାରସାମ୍ୟ ହରାଇ ଓଲଟି ପଡିଥିଲା। ଦୁର୍ଘଟଣା ଖବର ପାଇ ସ୍ଥାନୀୟ ଲୋକେ ଗରା, ବାଲ୍‌ଟି ଓ ଜାରକିନ ସାହାଯ୍ୟରେ ଡିଜେଲ ଲୁଟି ନେଉଥିବା ଦେଖିବାକୁ ମିଳିଥିଲା। ଖବରପାଇ ଥାନା ଏଏସଆଇ ସଞ୍ଜୟ କୁମାର ବ୍ରହ୍ମା ଘଟଣାସ୍ଥଳରେ ପହଞ୍ଚି ଟ୍ୟାଙ୍କର ଡ୍ରାଇଭର ବିଜୟ ପ୍ରସାଦଙ୍କୁ ଅଟକ ରଖିଛନ୍ତି।