୧୫ ବଛର ହେଲା ଖୁଲା ଆକାଶ ତଲେ ଉର୍ମିଳା

 

ତଳଗଁ।, ୧୭।୧୨ (ଡି.ଏନ୍‌.ଏ.)-
ବୌଦ୍ଧ ଜିଲା ହରଭଙ୍ଗା ବ୍ଲକରେ ଅନେକ ସରକାରୀ ଯୋଜନା ବାଟ୍‌ବନା ହେଉଥିବାର ଦେଖ୍‌ବାକେ ମିଲିଛେ। ଅଧ୍‌କାରୀ, କରମ୍‌ଚାରୀକଁର ଅଁାତରିକତା ଅଭାବୁ ଅନେକ ଗରିବ୍‌ ଦୁଖି, ହକ୍‌ଦାର ହିତାଧିକାରୀ ସରକାରୀ ଯୋଜନାରୁ ବଁଚିତ୍‌ ହେଇ ବଡ଼ା ଗୁଲ୍‌ଗୁଲାରେ ଜୀବନ୍‌ ବିତଉଛନ୍‌। ଏନ୍‌ତା ଗୁଟେ ଉଦାହରନ୍‌ ଦେଖ୍‌ବାକେ ମିଲିଛେ ହରଭଙ୍ଗା ବ୍ଲକ ଆଡ଼େଣୀଗଡ଼ ପଁଚେତ୍‌ର ମାଧପୁରରେ।
ସୂଚନା ଅନ୍‌ସାରେ ଆଡ଼େଣୀଗଡ ପଁଚେତ୍‌ ଅଧୀନ ମାଧପୁରଠାନେ ଜାତୀୟ ରାଜପଥ ତରେ ଆଏଜ୍‌କେ ୧୫ ବଛର ହେଲା ୩ ଛୁଆକୁ ଧରି ଉର୍ମିଳା ଖୁଲା ଆକାଶ ତଲେ ଜୀବନ୍‌ ବିତଉଛନ୍‌। ଇ ଘଟନାକେ ନେଇ ଅନେକ ଥର ଗଣମାଧ୍ୟମରେ ଖବର ବାହାରିଥିଲେ ବି ପରଶାସନ ସବୁ ଜାନିଶୁନି ନାଇଁଜାନ୍‌ଲା ଲେଖେଁ ଅଭିନଏ କରୁଥିବାର ଥାନୀଅ ଲୋକ୍‌ ଅଭିଯୋଗ କରିଛନ୍‌। ଉର୍ମିଳାର ଘରଦୁଆର ନାଇଁଥିବାର ଲାଗି ସେ ଆଏଜ୍‌ ଇତାର ବାରନ୍‌ଡା ତ କାଏଲ୍‌ ସେତାର ପିଁଢ଼ାରେ ଦିନ୍‌ ବିତଉଛନ୍‌। ସେନ୍‌ତା ଆଏଜ୍‌କେ ୧୫ ବଛର ହେଲା ଥାନୀଅ ହାଟ୍‌ପଦାରେ ଉର୍ମିଳା ଏନ୍‌ଥେଇ ଦିନ୍‌ ବିତଉଛନ୍‌। ପରଶାସନ ଉର୍ମିଳାକୁଁ ଭତା ଆର କିଛି ଚାଉଲ ଦେଉଛେ ସତ୍‌। ହେଲେ ଉର୍ମିଳା ସରକାରୀ ଯୋଜନାରେ ଘରଡିହ ଆର ଆବାସ ଘରଖଁଡ଼େ ପାଏବାରୁ ବଁଚିତ୍‌ ହେଇ ରହିଛନ୍‌। ଇଆଡ଼େ ପରଶାସନ ଅନେକ ଜାଗାରେ ଥିଲାବାଲାକୁ ସରକାରୀ ଯୋଜନାରେ ସାମିଲ କରି ବାହାଦୁରି ନେଉଛେ। ଜିଲାପାଳ ଇ ଦିଗେ ଖାସ୍‌ ଦୁରୁଷ୍‌ଟି ଦେଇ ଉର୍ମିଲାକୁଁ ଯେତେ ଜଲ୍‌ଦି ହେବା ସରକାରୀ ଯୋଜନାରେ ଘରଡିହ ଆର ଆବାସ ଯୋଜନାରେ ଘରଖଁଡ଼େ ଯୁଗେଇ ଦେବାକେ ଥାନୀଅ ବୁଧିଜୀବୀ ଦାବି କରିଛନ୍‌।

Share