ମୁମ୍ବାଇ: କିସିଂ ବୟ ଇମ୍ରାନ ହାସ୍ମି ପ୍ରଥମ ଥର ଲାଗି ନିଜ କ୍ୟାରିୟରରେ ବଲିଉଡ୍ ମହାନାୟକ ଅମିତାଭ ବଚ୍ଚନଙ୍କ ସହ କାମ କରିବାକୁ ଯାଉଛନ୍ତି। ଫିଲ୍ମ ‘ଚେହରେ’ରେ ସେ ଅମିତାଙ୍କ ସହ କାମ କରିବେ। କିସିଂ ବୟ କିଛି ବର୍ଷ ହେବ ହାତ ବାନ୍ଧି ବସିଥିବା ବେଳେ ଏବେ ପୁଣି ଥରେ ପରଦାକୁ ଫେରିବାକୁ ଯୋଜନା କରିଛନ୍ତି। ତେବେ ‘ଚେହରେ’ରେ ଅମିତାଭ ଏକ ରିଟାୟାର୍ଡ ଆଇନଜୀବି ଭୂମିକାରେ କାମ କରୁଥିବା ବେଳେ ଇମ୍ରାନ ଏକ ବ୍ୟବସାୟୀ ଭୂମିକାରେ ନଜର ଆସିବେ। ଫିଲ୍ମ କ୍ରିଟିକ ତରଣ ଆଦର୍ଶ ଇମ୍ରାନଙ୍କ ଫାଷ୍ଟ ଲୁକ୍କୁ ସୋସିଆଲ ମିଡିଆରେ ଅପଲୋଡ୍ କରିଛନ୍ତି। ଏହି ସସ୍ ଫେନ୍ସ ମିଷ୍ଟ୍ରି ଥ୍ରିଲର ଫିଲ୍ମ ଭଲ ବ୍ୟବସାୟ କରିବ ବୋଲି ନିର୍ମାତା ନିର୍ଦ୍ଦେଶକ ଆଶା ରଖିଛନ୍ତି। ଆସନ୍ତା ବର୍ଷ ଫେବୃୟାରୀରେ ଏହା ରିଲିଜ୍ ହେବାର ଯୋଜନା ରହିଛି।