Categories: ଜାତୀୟ

୧୫ ବର୍ଷର ପ୍ରତୀକ୍ଷା ପରେ ସେନାକୁ ମିଳିବ ଆସଲ୍ଟ ରାଇଫଲ୍‌: ଖର୍ଚ୍ଚ ହେବ ୬୩୮ କୋଟି

ନୂଆଦିଲ୍ଲୀ,୧୪।୧୨: ଭାରତୀୟ ସେନାକୁ ଦୀର୍ଘ ୧୫ ବର୍ଷର ପ୍ରତୀକ୍ଷା ପରେ ୨୦୨୦ ଫେବୃୟାରୀରେ ଆମେରିକାରେ ନିର୍ମିତ ଆସଲ୍ଟ ରାଇଫଲ୍‌ ମିଳିବ। ପ୍ରଥମ ପର୍ଯ୍ୟାୟରେ ଆମେରିକା କମ୍ପାନୀ ଏସ୍‌ଆଇଜି ସାଉୟେର ୧୦ ହଜାର ଆସଲ୍ଟ ଏସ୍‌ଆଇଜି-୭୧୬ ରାଇଫଲ ଯୋଗାଇ ଦେବ। ଭାରତକୁ ଏହି କମ୍ପାନୀ ୭୨ ହଜାର ୪ଶହ ରାଇଫଲ ଯୋଗାଇବା ଲାଗି ଚୁକ୍ତି ହୋଇଛି। ଏହାର ଲକ୍ଷ୍ୟଭେଦ କ୍ଷମତା ୫ ଶହ ମିଟର। ମୋଟ ରାଇଫଲ ମଧ୍ୟରୁ ଭାରତୀୟ ସେନାକୁ ୬୬ ହଜାର ୪ ଶହ, ବାୟୁସେନାକୁ ୪ ହଜାର ଏବଂ ନୌସେନାକୁ ୨ ହଜାର ଯୋଗାଇ ଦିଆଯିବ। ପାକିସ୍ତାନ ଏବଂ ଚାଇନା ସୀମାରେ ମୁତୟନ ଥିବା ଭାରତୀୟ ଯବାନଙ୍କୁ ଏହି ପ୍ରଦାନ କରାଯିବ। ଏହାପରେ ଭାରତର ପ୍ରତିରକ୍ଷା ଶକ୍ତି ବୃଦ୍ଧି ପାଇଁ ରୁଷିଆଠାରୁ କାଲାଶିନକୋଭ୍‌ ରାଇଫଲ କିଣାଯିବାର ଯୋଜନା ରହିଛି।

Share