Categories: ବାଣିଜ୍ୟ

୧୫ ମାସରେ କାର୍ଯ୍ୟକ୍ଷମ ହେବ ଶ୍ରୀମଲାନୀର ନୂଆ ଫୋମ୍‌ସ ୟୁନିଟ

ଭୁବନେଶ୍ୱର,୪-୧୦(ବ୍ୟୁରୋ) : ଶ୍ରୀ ମଲାନୀ ଗ୍ରୁପ ପକ୍ଷରୁ ପ୍ରସ୍ତାବିତ ଫୋମ୍‌ସ ୟୁନିଟ୍‌ ଖୋର୍ଦ୍ଧା ନିକଟସ୍ଥ ଜୟମଙ୍ଗଳଠାରେ ସ୍ଥାପନ କରାଯିବ। ଗ୍ରୁପର ପ୍ରମୁଖ ବ୍ରାଣ୍ଡ ସେଞ୍ଚୁରୀର ଏକ ମ୍ୟାଟ୍ରେସ ମାନୁଫାକଚରିଂ ୟୁନିଟ ଖୋର୍ଦ୍ଧାଠାରେ ବର୍ତ୍ତମାନ କାର୍ଯ୍ୟ କରୁଥିବା ବେଳେ ନୂଆ ୟୁନିଟ ଲାଗି ୧୯.୫ ଏକର ଜମି ଅଧିଗ୍ରହଣ କରାଯାଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାରର ମଞ୍ଜୁରୀ ମିଳିଥିବା ବେଳେ ଉକ୍ତ ୟୁନିଟ ସ୍ଥାପନା ଲାଗି କାର୍ଯ୍ୟକ୍ରମ ଜାରି କରାଯାଇଥିବା ସେଞ୍ଜୁରୀ ଫାଇବର ପ୍ଲେଟସର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଉତ୍ତମ ମଲାନି ଗୁରୁବାର ସୂଚନା ଦେଇଛନ୍ତି। ସେ କହିଛନ୍ତି, ଏହି ୟୁନିଟରେ ୫୫ କୋଟି ଟଙ୍କା ପୁଞ୍ଜି ନିବେଶ ହେବ। ୧୫ ମାସ ମଧ୍ୟରେ ପ୍ରସ୍ତାବିତ ପ୍ଲାଣ୍ଟର କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏହାର ବାର୍ଷିକ କ୍ଷମତା ୮ ହଜାର ଟନ୍‌ ରହିଛି। ସେଞ୍ଜୁରୀ ଖୋର୍ଦ୍ଧା ପ୍ଲାଣ୍ଟରେ ମ୍ୟାଟ୍ରେସ ନିର୍ମାଣ ଲାଗି ଆବଶ୍ୟକ ହେଉଥିବା ଫୋମ୍‌ ହାଇଦ୍ରବାଦ ସ୍ଥିତ ଏହାର ଫ୍ୟାସିଲିଟିରୁ ଆଣୁଛି। ପ୍ରସ୍ତାବିିିତ ପ୍ଲାଣ୍ଟ କାର୍ଯ୍ୟ କରିଲେ ଏଠାରେ ପ୍ରସ୍ତୁତ ଫୋମ୍‌କୁ କମ୍ପାନୀ ବ୍ୟବହାର କରିବା ସହ ରାଜ୍ୟରେ ଫୋମ୍‌ ସାମଗ୍ରୀ ଆବଶ୍ୟକତା ପୂରଣ କରିବା ଦିଗରେ ଯୋଗଦାନ ରଖିବ ବୋଲି ମଲାନି କହିଛନ୍ତି।

Share