Categories: ଜାତୀୟ

୧୫ ମିଟର ମାଟି ତଳେ ଶହୀଦ ସ୍ମାରକ

ରାଞ୍ଚି,୧୧।୨: ଝାଡ଼ଖଣ୍ଡ ରାଞ୍ଚିର ସର୍କୁଲାର ରୋଡ଼ଠାରେ ଏକ ଶହୀଦ ସ୍ମାରକ ନିର୍ମାଣ କାର୍ଯ୍ୟ ଜାରି ରହିଛି। ବିର୍ସା ମୁଣ୍ଡା ପାର୍କଠାରେ ୧୫ ମାଟି ତଳେ ନିର୍ମାଣ ହେଉଥିବା ଏହି ଶହୀଦ ସ୍ମାରକରେ ଲାଇଟ୍‌ ଏବଂ ସାଉଣ୍ଡ୍‌ ଇଫେକ୍ଟ ସଂଯୋଗ କରାଯିବ। ପର୍ଯ୍ୟଟକ ପାହାଚରେ ଓହ୍ଲାଇ ଏହି ଓ୍ବାର ମ୍ୟୁଜିୟମ୍‌ରେ ପହଞ୍ଚିବେ। ୩୬୦୦ ବର୍ଗ ମିଟର ଅଞ୍ଚଳରେ ନିର୍ମିତ ହେଉଥିବା ଏହି ଓ୍ବାର ମ୍ୟୁଜିୟମ୍‌ରେ ଝାଡ଼ଖଣ୍ଡର ଶହୀଦଙ୍କ ପ୍ରତିମୂର୍ତ୍ତି ରହିବ। ଶହୀଦମାନେ ଲଢ଼ିଥିବା ବିଭିନ୍ନ ଯୁଦ୍ଧର କାହାଣୀ ସ୍ତମ୍ଭରେ ଖୋଦିତ ହେବା ସହିତ ଯୁଦ୍ଧ ଭୂମିର ପ୍ରକୃତ ରୂପକୁ ମଧ୍ୟ ଅଳଙ୍କରଣ କରାଯିବ। ଓ୍ବାର ମ୍ୟୁଜିୟମ୍‌ ନିର୍ମାଣରେ ୩୫ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ବ୍ୟୟ ଅଟକଳ ପ୍ରସ୍ତୁତ ହୋଇଛି। ସେହିପରି ବିର୍ସା ମୁଣ୍ଡା ପାର୍କର ନବୀ କରଣ ପାଇଁ ୨୭ କୋଟି ଟଙ୍କା ଖର୍ଚ୍ଚ କରାଯିବ।

Share