୧୫ ମିନିଟରେ ସ୍ତନକର୍କଟ ସମ୍ପର୍କରେ ସୂଚନା ଦେଉଛି ଡିଭାଇସ୍‌

ବେଙ୍ଗାଲୁରୁ,୨।୩: ଭାରତରେ ସ୍ତନକର୍କଟରେ ବହୁ ମହିଳାଙ୍କ ମୃତ୍ୟୁ ଘଟିଥାଏ। ତେବେ ସ୍ତନକର୍କଟର ଚିହ୍ନଟ ପ୍ରାଥମିକ ପର୍ଯ୍ୟାୟରେ ହୋଇପାରିଲେ ଏହା ଘାତକ ହୋଇପାରି ନ ଥାଏ ବୋଲି ଚିକିତ୍ସକ କହିଥାନ୍ତି। ଏହାକୁ ଦୃଷ୍ଟିରେ ରଖି ଗୀତା ମଞ୍ଜୁନାଥ ନାମକ ଜଣେ ମହିଳାଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଷ୍ଟାର୍ଟଅପ୍‌ ପକ୍ଷରୁ ‘ନିରାମଇ’ ଡିଭାଇସ୍‌ ତିଆରି କରାଯାଇଛି। ଏହା ସହାୟତାରେ ମାତ୍ର ୧୫ ମିନିଟ୍‌ ମଧ୍ୟରେ ସ୍ତନକର୍କଟ ଚିହ୍ନଟ କରାଯାଇପାରୁଛି। ଏହି ଥର୍ମାଲ ସେନସର ଡିଭାଇସ୍‌ ୫ ମିଲିମିଟର ଆକାରର ଟ୍ୟୁମରକୁ ସହଜରେ ଚିହ୍ନଟ କରିପାରୁଛି। ଏହାଦ୍ୱାରା ଇତିମଧ୍ୟରେ ୨୫ ହଜାର ମହିଳାଙ୍କ ସ୍ତନକର୍କଟ ଚିହ୍ନଟ ହୋଇପାରିଛି। ଏହା ୩୦ରୁ ଅଧିକ ହସ୍ପିଟାଲରେ ଉପଲବ୍ଧ ହେଉଛି। ନିଜ ଦାଦା ଝିଅ ଭଉଣୀଙ୍କର ସ୍ତନକର୍କଟରେ ମୃତ୍ୟୁ ହେବା ପରେ ଗୀତା ଏଭଳି ଡିଭାଇସ୍‌ ତିଆରି କରିବା ପାଇଁ ଅଣ୍ଟା ଭିଡ଼ିଥିଲେ। ସୂଚନାଯୋଗ୍ୟ, ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ରିପୋର୍ଟ ଅନୁସାରେ ସମ୍ପ୍ରତି ଭାରତରେ ପ୍ରତି ୧ ଲକ୍ଷ ମହିଳାଙ୍କ ମଧ୍ୟରେ ୨୬ ଜଣ ସ୍ତନକର୍କଟରେ ପୀଡ଼ିତ। ସେମାନଙ୍କ ମଧ୍ୟରୁ ୬୦ ପ୍ରତିଶତ ମହିଳାଙ୍କ କ୍ଷେତ୍ରରେ ଏହାର ଚିହ୍ନଟ ପ୍ରାଥମିକ ପର୍ଯ୍ୟାୟରେ ହୋଇପାରି ନ ଥାଏ। ସେହିପରି ୬୬ ପ୍ରତିଶତ ଏଥିରୁ ଚିକିତ୍ସା ପରେ ସୁସ୍ଥ ହୋଇଥାନ୍ତି। ଅପରପକ୍ଷରେ ପୃଥିବୀର ବିଭିନ୍ନ ବିକଶିତ ରାଷ୍ଟ୍ରରେ ୯୦ ପ୍ରତିଶତ ମହିଳା ଚିକିତ୍ସା ପରେ ସ୍ତନକର୍କଟରୁ ମୁକ୍ତ ହୋଇପାରୁଛନ୍ତି।

Share