୧୫ ସ୍ଥାନରେ ଦେଶର ୬୦% କରୋନା ରୋଗୀ

ନୂଆଦିଲ୍ଲୀ,୨୯ା୪: ଦିଲ୍ଲୀ ଓ ମୁମ୍ବାଇ ସମେତ ୧୫ ସ୍ଥାନରେ ଦେଶର ୬୦ ପ୍ରତିଶତ କରୋନା ଆକ୍ରାନ୍ତ ଥିବା ଜଣାପଡ଼ିଛି। ନୀତି ଆୟୋଗର ତଥ୍ୟରେ ଏହା ଦର୍ଶାଯାଇଛି। ଏହାର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅମିତାଭ୍‌ କାନ୍ତ କହିଛନ୍ତି, ଏହି ମହାମାରୀକୁ ରୋକିବାକୁ ହେଲେ ବ୍ୟାପକ ଟେଷ୍ଟ ସହ ନିରୀକ୍ଷଣ, ଚିକିତ୍ସା ସୁବିଧାର ବିଶେଷ ଆବଶ୍ୟକତା ରହିଛି। ଦିଲ୍ଲୀର ୧୧ ଜିଲାରେ ଦେଶର ୧୨.୬୨% କରୋନା ରୋଗୀ ଅଛନ୍ତି। ମୁମ୍ବାଇ, ଇନ୍ଦୋର, ଚେନ୍ନାଇ, ହାଇଦ୍ରାବାଦ, ଅହମଦାବାଦ ଭଳି କେତେକ ସ୍ଥାନ ସମ୍ପର୍କରେ ଏଥିରେ କୁହାଯାଇଛି। ମୁମ୍ବାଇରେ ମହାରାଷ୍ଟ୍ରର ୩୩%, ଅହମଦାବାଦରେ ଗୁଜରାଟର ୬୬%, ଇନ୍ଦୋରରେ ମଧ୍ୟପ୍ରଦେଶର ୪୯.୫%, ହାଇଦ୍ରାବାଦରେ ତେଲଙ୍ଗାନାର ୫୫.୬% କରୋନା ରୋଗୀ ଥିବା ଦର୍ଶାଯାଇଛି। ଜନସଂଖ୍ୟା ଘନତ୍ୱ ଯୋଗୁ ଭୂତାଣୁ ସହଜରେ ବ୍ୟାପୁଥିବା କୁହାଯାଇଛି।

Share