Categories: ଜାତୀୟ

୧୫ ସ୍ଥାନରେ ସିବିଆଇ ଚଢ଼ାଉ

ନୂଆଦିଲ୍ଲୀ, ୯ା୧୧(ଆଇଏଏନ୍‌ଏସ୍‌): ସିବିଆଇ ପକ୍ଷରୁ ଉତ୍ତରପ୍ରଦେଶ ଓ କର୍ନାଟକର ୧୫ଟି ସ୍ଥାନରେ ଚଢ଼ାଉ କରାଯାଇଛି। ବହୁ କୋଟି ଟଙ୍କାର ଆଇଏମ୍‌ଏ(ଆଇ ମନେଟାରୀ ଆଡଭାଇଜରି) ଦୁର୍ନୀତି ମାମଲାର ତଦନ୍ତ ଲାଗି ସ୍ବତନ୍ତ୍ର ଭାବେ ଗଠିତ ତଦନ୍ତକାରୀ ଟିମ୍‌ ବହୁ ସରକାରୀ ଅଧିକାରୀଙ୍କ ବାସଭବନରେ ଶୁକ୍ରବାର ଚଢ଼ାଉ କରିଛନ୍ତି। କର୍ନାଟକର ବେଙ୍ଗାଲୁରୁ ସମେତ ୧୪ଟି ଓ ଉତ୍ତରପ୍ରଦେଶର ମିରଟ୍‌ରେ ଏଭଳି ଚଢ଼ାଉ କରାଯାଇଥିବା ଜଣାପଡ଼ିଛି। ସିଆଇଡିର ଅର୍ଥନୈତିକ ଅପରାଧ ଶାଖା ଆଇଜି ହେମନ୍ତ ନିମ୍ବଲ୍‌କର, ଡେପୁଟି ଏସ୍‌ପି ଇ.ବି. ଶ୍ରୀଧର ପ୍ରମୁଖଙ୍କ ଘରେ ଚଢ଼ାଉ କରାଯାଇଛି।

Share