୧୬ଥର ଡବ୍ଲୁଡବ୍ଲୁଇ ବିଶ୍ୱଚାମ୍ପିଅନ୍‌ ଛାଡିଲେ କୋହଲିଙ୍କ ଏମିତି ଫଟୋ, ୟୁଜର୍ସ ଦେଖି ହେଲେ ଆଶ୍ଚର୍ଯ୍ୟ

ମ୍ୟାଞ୍ଚେଷ୍ଟର୍‌: ଚଳିତ ଆଇସିସି ବିଶ୍ୱକପର ପ୍ରଥମ ସେମିଫାଇନାଲରେ ଦୁଇଥରର ଚାମ୍ପିଅନ ଟିମ ଇଣ୍ଡିଆର ସାମ୍ନା ନ୍ୟୁଜିଲ୍ୟାଣ୍ଡ ସହ ହେବ। ଭାରତର ନଜର ତୃତୀୟ ବିଶ୍ୱକପ ଟାଇଟଲ ଉପରେ ରହିଥିବାବେଳେ ନ୍ୟୁଜିଲ୍ୟାଣ୍ଡ ପ୍ରଥମଥର ପାଇଁ ଏହି ଟ୍ରଫି ପାଇବା ଆଶା ରହିଛି। ମଙ୍ଗଳବାର ଓଲ୍ଡ ଟ୍ରାଫର୍ଡରେ ହେବାକୁ ଥିବା ଏହି ମହାମୁକାବିଲା ପୂର୍ବରୁ ଭାରତୀୟ ଦଳକୁ ଚାରିଆଡୁ ଶୁଭକାମନାର ସୁଅ ଛୁଟିଛି। ଏହି କ୍ରମରେ ସାମିଲ ହୋଇଛନ୍ତି ଡବ୍ଲଡବ୍ଲୁଇ ସୁପରଷ୍ଟାର ଜନ୍‌ ସିନା। ସେ ବିରାଟ କୋହଲିଙ୍କ ଏକ ଅଜବ ଫଟୋ ଛାଡି ଶୁଭକାମନା ଜଣାଇଛନ୍ତି। ୧୬ଥର ବିଶ୍ୱଚାମ୍ପିଅନ୍‌ ସିନା ନିଜ ଇନଷ୍ଟାଗ୍ରାମରେ ଛାଡିଥିବା ଏହି ଫଟୋରେ କୋହଲି ମ୍ୟାଚ୍‌ ଶେଷରେ ହାତ ମିଳାଇବା ପାଇଁ ଚେଷ୍ଟା କରୁଛନ୍ତି କିନ୍ତୁ କାହା ସହ ମିଳାଉଛନ୍ତି ତାହା ସସ୍ପେନ୍ସ ରହିଛି। ଏହି ଫଟୋ ଦେଖି ୟୁଜର୍ସମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। କେହି କେହି କହିଛନ୍ତି, ଜନ୍‌ ସିନା ହଁି କୋହଲିଙ୍କ ସହ ହାତ ମିଳାଇବା ପାଇଁ ଚେଷ୍ଟା କରୁଛନ୍ତି।

Share