୧୬ରୁ ଶ୍ରୀକ୍ଷେତ୍ର ମହୋତ୍ସବ

ପୁରୀ ଅଫିସ, ୨୭-୧୧:ଶ୍ରୀକ୍ଷେତ୍ର ମହୋତ୍ସବ ଆସନ୍ତା ମାସ ୧୬ରୁ ୨୦ତାରିଖ ପର୍ଯ୍ୟନ୍ତ ଶରଧାବାଲିରେ ଅନୁଷ୍ଠିତ ହେବ। ଚଳିତ ବର୍ଷ କୁଣ୍ଢେଇବେଣ୍ଟ ସାହି ଏହି ମହୋତ୍ସବ ପରିଚାଳନା ଦାୟିତ୍ୱରେ ରହିଛି। ଏ ନେଇ ଏକ ପ୍ରସ୍ତୁତି ବୈଠକ ସୋମବାର ପଥର ଆଖଡ଼ା ପରିସରରେ ଅନୁଷ୍ଠିତ ହୋଇଥିଲା। ଏଥିରେ କୁଣ୍ଢେଇବେଣ୍ଟ ସାହି ଅନ୍ତର୍ଗତ ୨୨ ମେଳର ସଭାପତି, ସମ୍ପାଦକ ସମେତ ନାରାୟଣ ମହାପାତ୍ର, ବାବାଜୀ ମହାପାତ୍ର, ତଳୁଚ୍ଛ ନୀଳକଣ୍ଠ ମହାପାତ୍ର, ରବୀନ୍ଦ୍ରନାଥ ସେନାପତି, ରାମଚନ୍ଦ୍ର ପାଢୀ, ନରେନ୍ଦ୍ର ମହାନ୍ତି, ପୂର୍ବତନ ସଂସ୍କୃତି ବିଭାଗ ସହନିର୍ଦ୍ଦେଶକ ତଥା ସଂସ୍କୃତି ଗବେଷକ ପ୍ରଫୁଲ୍ଲ ସାମନ୍ତରାୟ, ପୂର୍ବତନ ଜିଲା ଲୋକସମ୍ପର୍କ ଅଧିକାରୀ ମାୟାଧର ମହାରଣା ପ୍ରମୁଖ ଉପସ୍ଥିତ ଥିଲେ। ମହୋତ୍ସବ ଆୟୋଜନ ଓ ସୁପରିଚାଳନା ନିମନ୍ତେ ବିଭିନ୍ନ ସବ୍‌ କମିଟି ଗଠନ କରାଯାଇଛି। ଗବେଷକ ସାମନ୍ତରାୟ କହିଛନ୍ତି, ଏଥିଲାଗି ସଂସ୍କୃତି ବିଭାଗ ପକ୍ଷରୁ ସାଢେ ୩ଲକ୍ଷ ଟଙ୍କା ଅନୁଦାନ ଯୋଗାଇ ଦିଆଯାଉଛି।