୧୬ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ବମିଖାଲ ଅଞ୍ଚଳର ୧୫ ଚିହ୍ନଟ

ଭୁବନେଶ୍ୱର,୫।୪(ବ୍ୟୁରୋ): ଭୁବନେଶ୍ୱର ବମିଖାଲ ଅଞ୍ଚଳରେ ରବିବାର ୧୬ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସକାଳେ ଜଣେ ଚିହ୍ନଟ ହୋଇଥିବା ବେଳେ ରାତିରେ ଆଉ ୧୫ଜଣଙ୍କ ରିପୋର୍ଟ ପଜିଟିଭ ଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟୁଇଟ୍‌ କରିଛି। ରାତିରେ ୧୬ଜଣଙ୍କ ରିର୍ପୋ୍‌ଟ ପଜିଟିଭ ଆସିଥିବା ବେଳେ ସେଥିରୁ ୧୫ଜଣ ବମିଖାଲ ଅଞ୍ଚଳର ବୋଲି ଜଣାପଡିଛି। ଅନ୍ୟ ଜଣଙ୍କ ପରିଚୟ  ଜଣାପଡି ନାହିଁ। ଫଳରେ ବମିଖାଲ ଅଞ୍ଚଳରେ ଆକ୍ରାନ୍ତଙ୍କ ସଂଖ୍ୟା ୧୯ରେ ପହଞ୍ଚିଛି। ପୂର୍ବରୁ ଭୁବନେଶ୍ୱର ମହାନଗର ନିଗମ ତରଫରୁ ଏହି ଅଞ୍ଚଳକୁ ସଂକ୍ରମିତ ଅଞ୍ଚଳଭାବେ ଚିହ୍ନଟ କରାଯିବା ସହ ସିଲ କରାଯାଇଛି।

Share