Categories: ଗଜପତି

୧୬ କୋଟି ୫୦ ଲକ୍ଷ ଟଙ୍କାର ଗଞ୍ଜେଇ ଗଛ ନଷ୍ଟ

ଆର.ଉଦୟଗିରି,୯ା୧୧(ଡି.ଏନ.ଏ.)-ଆର.ଉଦୟଗିରି ଥାନା କାଲିପଙ୍କ ଏବଂ ପାଇକରାୟ ଜଙ୍ଗଲରୁ ଅବକାରୀ, ପୋଲିସ, ବନ ବିଭାଗ ଏବଂ ରାଜସ୍ବ ବିଭାଗ ଚଢ଼ାଉ କରି ବିପୁଳ ଗଞ୍ଜେଇ ଗଛ ନଷ୍ଟ କରିଛନ୍ତି। ସଂରକ୍ଷିତ ଜଙ୍ଗଲ ଜମି ଉପରେ ବେଆଇନ ଭାବେ ୮୨.୫ ଏକର ଜମିରେ ଲଗାଯାଇଥିବା ଗଞ୍ଜେଇ ଗଛକୁ ନଷ୍ଟ କରାଯାଇଛି । ଆର.ଉଦୟଗିରି ଏସ୍‌ଡିପିଓ ଅଶୋକ କୁମାର ମହାନ୍ତି, ଆର.ଉଦୟଗିରି ଥାନା ଅଧିକାରିଣୀ ମମତା ନାୟକ, ଅବକାରୀ ନିରୀକ୍ଷକ ପଦ୍ମଚରଣ ସାହୁ, ଏସ୍‌ଆଇ ଜି. ସୁରିୟା ବାବୁ, ଚିତ୍ତରଞ୍ଜନ ଜେନା, ବନ ବିଭାଗ ଏବଂ ରାଜସ୍ବ ବିଭାଗ ଓ ସ୍ଥାନୀୟ ପୋଲିସ କର୍ମଚାରୀମାନେ ମିଳିତ ଭାବେ ସକାଳ ୯ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ କଟର ମେଶିନ ସାହାଯ୍ୟରେ ଗଞ୍ଜେଇ ଗଛ ନଷ୍ଟ କରିଥିଲେ , ଯାହାର ଆନୁମାନିକ ମୂଲ୍ୟ ୧୬ କୋଟି ୫୦ ଲକ୍ଷ ଟଙ୍କା ହେବ ବୋଲି ଏସ୍‌ଡିପିଓ ମହାନ୍ତି କହିଛନ୍ତି। ମାଜିଷ୍ଟ୍ରେଟ ଦାୟିତ୍ୱରେ ଆର.ଉଦୟଗିରି ତହସିଲଦାର ସ୍ମୃତିରଞ୍ଜନ ଶତପଥୀ ଉପସ୍ଥିତ ଥିଲେ।