୧୬ ବର୍ଷ ବାଳକ ହାତେ ଉଚ୍ଚା କାଠରେ ତିଆରି କଲେ ୪୦୦ ବର୍ଷ ପୁରୁଣା ଦରବାର ସାହିବ ମଡେଲ

ଭଟିଣ୍ଡା,୬।୨: ପ୍ରତିଭା କେବେ ମଧ୍ୟ ଲୁଚି ରହେନା। ପଞ୍ଜାବର ଜଣେ ୧୬ ବର୍ଷ ବୟସ୍କ ବାଳକଙ୍କ ପ୍ରତିଭା ଏବେ ତାଙ୍କୁ ଗିନିଜ୍‌ ବୁକ୍‌ରେ ସ୍ଥାନୀତ କରିଛି। ଭଟିଣ୍ଡା ଜିଲାର ମୈଡ଼ ମଣ୍ଡିରେ ବାସ କରୁଥିବା ଆକାଶ ହାତେ ଉଚ୍ଚା କାଠରେ ୪୦୦ ବର୍ଷ ପୁରୁଣା ଦରବାର ସାହିବ ମଡେଲ ତିଆରି କରିଛନ୍ତି। ଏହି ମଡେଲର କ୍ଷେତ୍ରଫଳ ୭୫୬ ବର୍ଗ ଇଞ୍ଚ ରହିଛି। ଆକାଶ ୫ମରେ ପଢୁଥିବା ସମୟରେ ଏଭଳି ମାଇକ୍ରୋ ଆର୍ଟସ୍‌ କରିବା ଆରମ୍ଭ କରିଥିଲେ। ଇତିମଧ୍ୟରେ ସେ ଏଭଳି ବହୁ ମାଇକ୍ରୋ ଆର୍ଟସ୍‌ କରିଛନ୍ତି। ଦିନକୁ ୧୫ ଘଣ୍ଟାରୁ ଅଧିକ ସମୟ କାମ କରି ସେ ୪ ମାସରେ ଏହି ଅନନ୍ୟ କଳାକୃତୀ ନିର୍ମାଣ କରିଛନ୍ତି। ଏନେଇ ଗିନିଜ୍‌ ବୁକ୍‌ ପକ୍ଷରୁ ଆକାଶଙ୍କ ନାମରେ ସାର୍ଟିଫିକେଟ ଜାରି କରାଯାଇଛି।

Share