Categories: ବାଣିଜ୍ୟ

୧୬ ମାସର ସର୍ବୋଚ୍ଚ ସ୍ତରରେ ଖୁଚୁରା ମୁଦ୍ରାସ୍ପୀତି

ନୂଆଦିଲ୍ଲୀ,୧୪-୧୧: ଚଳିତ ବର୍ଷର ଅକ୍ଟୋବରରେ ଖୁଚୁରା ମୁଦ୍ରାସ୍ଫୀତି ୧୬ ମାସର ସର୍ବୋଚ୍ଚ ସ୍ତରରେ ରହିଛି। ଖାଦ୍ୟ ସାମଗ୍ରୀ ଦର ବଢିବା ଯୋଗୁ ଖୁଚୁରା ମୁଦ୍ରାସ୍ଫୀତି ୪.୬୨% ସ୍ତରରେ ରହିଥିବା ପରିସଂଖ୍ୟାନ ଏବଂ କାର୍ଯ୍ୟକ୍ରମ ରୂପାୟନ ମନ୍ତ୍ରଣାଳୟର କେନ୍ଦ୍ରୀୟ ପରିସଂଖ୍ୟାନ କାର୍ଯ୍ୟାଳୟ ପକ୍ଷରୁ ସୂଚନା ରହିଛି। ସେପ୍ଟେମ୍ବରରେ ଖାଉଟି ମୂଲ୍ୟ ସୂଚୀ (ସିପିଆଇ) ଭିତ୍ତିକ ମୁଦ୍ରାସ୍ଫୀତି ୩.୯୯% ସ୍ତରରେ ରହିଥିଲା। ସେହିଭଳି ଗତବର୍ଷ ଅକ୍ଟୋବରରେ ଏହା ୩.୩୮ ସ୍ତରରେ ଥିଲା। ସେହିଭଳି ୨୦୧୮ ଜୁନରେ ମୁଦ୍ରାସ୍ଫୀତି ରେକର୍ଡ ସ୍ତର ୪.୯୨% ଛୁଇଁଥିଲା। ଖାଦ୍ୟ ସାମଗ୍ରୀ ବର୍ଗରେ ମୁଦ୍ରାସ୍ଫୀତି ଚଳିତ ବର୍ଷ ଅକ୍ଟୋବରେ ୭.୮୯% ସ୍ତରକୁ ବଢିଛି। ଏହା ଗତ ବର୍ଷ ସମାନ ମାସରେ ୫.୧୧% ରହିଥିଲ। ସେହିଭଳି ପନିପରିବା ବର୍ଗରେ ମୁଦ୍ରାସ୍ଫୀତି ୨୬.୧୦% ରହିଛି। ଏହା ଗତ ସେପ୍ଟେମ୍ବରରେ ୫.୪୦% ଥିଲା। ଏହାବାଦ ଡାଲି,ମାଛ, ମାଂସ ଏବଂ ଅଣ୍ଡା କ୍ଷେତ୍ରରେ ଏହା ତ୍ୱରିତ ଭାବେ ବଢି ଯଥାକ୍ରମରେ ୨.୧୬%, ୯.୭୫% ଏବଂ ୬.୨୬% ରହିଛି। ଡାଲି ଜାତୀୟ ସାମଗ୍ରୀ କ୍ଷେତ୍ରରେ ମୁଦ୍ରାସ୍ଫୀତି ୧୧.୭୨% ସ୍ତରକୁ ବୃଦ୍ଧି ଘଟିଛି।

Share